ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଓ ଇଦ୍ ଉଲ୍ ଫିତର ପାଇଁ ଶାନ୍ତିକମିଟି ବୈଠକ
ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଓ ଇଦ୍ ଉଲ୍ ଫିତର ପାଇଁ ଶାନ୍ତିକମିଟି ବୈଠକ ।।
ଯାଜପୁର ସଦର ଥାନା ଅଞ୍ଚଳରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ ଓ ଇଦ୍ ଉଲ୍ ଫିତର୍ ପର୍ବକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ଯାଜପୁର ଏସ୍ ଡି ପି ଓ ପ୍ରଶାନ୍ତ କୁମାର ମାଝୀଙ୍କ ଅଧ୍ୟକ୍ଷତାରେ ସଦର ଥାନା ଅଧିକାରିଣୀ ଚିନ୍ମୟୀ ବେହେରାଙ୍କ ଉପସ୍ଥିତିରେ ସଦର ଥାନାରେ ଏକ ଶାନ୍ତି କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଇଦ୍ ଉଲ୍ ଫିତର ଆସନ୍ତା ତା ୨୧/୦୩/୨୦୨୬ ରିଖରେ ପାଳନ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଏହାର ଦୁଇ ଦିନ ପୂର୍ବରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଉପଲକ୍ଷେ ନବ ଭାରତ ହିନ୍ଦୁ ସଂଗଠନ ପକ୍ଷରୁ ତା ୧୯/୦୩/୨୦୨୬ ରିଖ ସକାଳ ୧୦ ଘଟିକା ସମୟରେ ସଦର ଥାନା ଅନ୍ତର୍ଗତ କବିର ପୁର ଦଶହରା ପଡ଼ିଆରେ ଥିବା କାଳୀ ମନ୍ଦିର ନିକଟରୁ ଏକ ବାଇକ୍ ଶୋଭାଯାତ୍ରା ବ୍ରହ୍ମ ବରଦା ଯିବ ଓ ସେଠାରୁ ସାମନ୍ତରା ପୁର ରାସ୍ତାରେ ଯାଇ ମୁଗୁପାଳ ହାଇ ସ୍କୁଲ ପଡିଆରେ ପହଞ୍ଚିବା ପାଇଁ ପ୍ରସ୍ତୁତି ହୋଇଥିବା ଜଣାପଡିଛି। ସେହି ପରି ଇଦ୍ ଉଲ୍ ଫିତର ପର୍ବର ପୂର୍ବ ସନ୍ଧ୍ୟାରେ ୪ ଗୋଟି ପଞ୍ଚାୟତର ମୁସଲମାନ ଭାଇ ଭଉଣୀ ମାନେ ଶୋଭାଯାତ୍ରାରେ ନିଜ ନିଜର ପଞ୍ଚାୟତରେ ବୁଲିବାକୁ ଥିବା ଜଣାପଡିଛି ।ଏହି ପରିପ୍ରେକ୍ଷୀରେ ସମଗ୍ର ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବୈଠକରେ ବିସ୍ତୃତ ଆଲୋଚନା କରାଯାଇ ଥିଲା। ବିଶେଷ କରି ଏହି ପର୍ବ ପାଳନ ସମୟରେ ଶୋଭାଯାତ୍ରା ଆଦି କାର୍ଯ୍ୟକ୍ରମକୁ ଭାଇଚାରା ଓ ସଦଭାବନା ମଧ୍ୟରେ ପାଳନ କରିବା ପାଇଁ ଗୁରୁତ୍ବ ଦିଆଯାଇଥିଲା । ଏହି ବୈଠକରେ ନବ ଭାରତ ହିନ୍ଦୁ ସଂଗଠନ ପକ୍ଷରୁ ବିକି ସ୍ବାଇଁ,ସତ୍ୟରଞ୍ଜନ ନାୟକ, ଯମଧର ସରପଞ୍ଚ ବାଦଲ ଖୁଣ୍ଟିଆ, ବରୁଆଁ ସରପଞ୍ଚଙ୍କ ସ୍ବାମୀ ଶେଖ୍ ଗୋଲାମ ଅଲ୍ଲୀ, ଶାମଦାସ ପୁର ସରପଞ୍ଚଙ୍କ ସ୍ବାମୀ କରୁଣାକର ବିଶ୍ଵାଳ, ଖଇରାବାଦ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଅମିନୁଲ୍ ରସିଦ୍ ଖାଁ,ମହମ୍ମଦ ବେଲାଲ୍, ଫିରୋଜ୍ ବାଦଶା,ଶେଖ୍ କାସିମ୍,ଜିତେନ୍ଦ୍ର ସାହୁ,ଶେଖ୍ ସମ୍ ଶେର, ଶାମ୍ ସୁଦ୍ଦିନ ଖାଁ,ଅନନ୍ତ ମାଝୀ , ଶେଖ୍ ଅଲ୍ଲୀ, ଶେଖ୍ ଫୟୀମୁସ,ସୁରେନ୍ଦ୍ର କବି ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
