“ଜାତୀୟ ହାଉସ ପ୍ଲାଣ୍ଟ” ଦିବସ
ରାଷ୍ଟ୍ରୀୟ ଇଁନଡର୍ ପ୍ଲାଣ୍ଟ ଓ ହାଉସ ପ୍ଲାଣ୍ଟ ସମ୍ମାନ ଦିବସରେ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ପ୍ରତ୍ୟେକ ଶୁଭକାର୍ଯ୍ୟରେ ଗଛଟିଏ ଉପହାର ଦେବା ପାଇଁ ବାର୍ତ୍ତା ସହ ସୋଚେତନତା ରାଲି ବ୍ରହ୍ମପୁର(୧୦/୦୧/୨୦୨୫) ପ୍ରତ୍ୟେକ ବର୍ଷ ଜାନୁଆରୀ ମାସ ୧୦ ତାରିଖକୁ “ଜାତୀୟ ହାଉସ ପ୍ଲାଣ୍ଟ” ଦିବସ ଭାବେ ପାଳନ ହେଇଆସୁଥିବା ବେଳେ ଏହି ଦିବସର ଆବଶ୍ୟକତା ତଥା ସଦୁପଯୋଗ ନିମନ୍ତେ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ସ୍ଥାନୀୟ ଆନ୍ଧ୍ର ମହିଳା ସମାଜମ୍ ଗୃହ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ଅପର୍ଟମେଂଟର ମୁଖ୍ୟ,ସ୍ବେଚ୍ଛାସେବୀ ଏବଂ ଆନ୍ଧ୍ର ମହିଳା ସମାଜମ୍ ର ମହିଳାଙ୍କୁ ହାଉସ ପ୍ଲାଣ୍ଟ ତଥା ଇନଡର୍ ପ୍ଲାଣ୍ଟ ଘରେ ରଖିବା ଦ୍ୱାରା ଏହାର ଉପଲବ୍ଧି ଏବଂ ଫାଇଦା ବିଷୟରେ ସଚେତନତା କରାଯାଇଥିଲା।ଆମ ସମାଜରେ ଵୃକ୍ଷ ନିତିଦିନ ଆମକୁ ପରିବେଶ ସୁରକ୍ଷା ସହ ସନ୍ତୁଳନ ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି। ତା’ମଧ୍ୟରେ ନିଜ ଘରୋଇ ଭଳି ପରିବେଶରେ ରହୁଥିବା ଗଛକୁ ଯଦି ଘର ଏବଂ କାର୍ଯ୍ୟସ୍ଥଳୀ ମାନଙ୍କରେ ରଖି ପରିବା ତାହେଲେ ବ୍ୟସ୍ତ ଜୀବନରେ ବ୍ୟକ୍ତି ମାନସିକ ଚାପ କିଛି ମାତ୍ରାରେ ଦୂର କରିପାରିବ ତାହା ସହ ସ୍ମରଣ ଶକ୍ତି,ଶୁଦ୍ଧ ବାୟୁ,ସକରାତ୍ମକ ଚିନ୍ତାଧାରାରେ ଉନ୍ନତି ଆଣିପାରିବ। ତେଣୁ କାର୍ଯ୍ୟକ୍ରମରେ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ ସମାଜରେ ଅନୁଷ୍ଠିତ ବିବାହ,ଜନ୍ମଦିନ, ଗୃହ ପ୍ରବେଶ ତଥା ଅନ୍ୟାନ୍ୟ ଶୁଭକାର୍ଯ୍ୟରେ ଗଛଟିଏ ଉପହାର ଦେବାପାଇଁ ଚର୍ଚ୍ଚା କରାଯାଇଥିଲା। କାରଣ ଅନ୍ୟାନ୍ୟ ଉପହାର ତୁଳନାରେ ଏହି ଗଛ ଉପହାରଟି ସମୟ ସହିତ ଆମ ସହ ବଢିଥାଏ ଏବଂ ସୁସ୍ଥ ପରିବେଶ ଯୋଗାଇଥାଏ। ଯାହାକି କାର୍ଯ୍ୟକ୍ରମର ମୁଖ୍ୟ ଉର୍ଦ୍ଧେଶ୍ୟ ଥିଲା।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଂକଳ୍ପ ସ୍କୁଲ ପ୍ରତିଷ୍ଠାତା ଇ. ଟି. ରାଓ ଉପସ୍ଥିତ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଆନ୍ଧ୍ର ମହିଳା ସମାଜମର ସଭାପତି ମୋନିଙ୍ଗି କାମେଶ୍ୱରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ମଞ୍ଚରେ ତାଜ ନୋର୍ସେରୀ ପରିଚାଳକ ନାଜମୁଲ,ଆଞ୍ଚଳିକ ବିକାଶ ପରିବେଶର(ଗୁଣ୍ଠବନ୍ଧ) ସଭାପତି ସାଗର ପାତ୍ର ଏବଂ ବ୍ରହ୍ମପୁର ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ ଉପସ୍ଥିତ ରହି ଏହି ଦିବସର ମତାମତ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ବ୍ରହ୍ମପୁର ସବୁଜ ବାହିନୀ ସମ୍ପାଦକ ଏ ପ୍ରକାଶ ପରିଚାଳନା କରିଥିବା ବେଳେ ସଙ୍ଗଠନର ସଦସ୍ୟ ଗଣେଶ ପାଣିଗ୍ରାହୀ, ପି ବିନୋଦ,ଅରବିନ୍ଦ ଦେଶୀବେହେରା,ବନମାଳୀ ପ୍ରଧାନ,ପ୍ରବୀଣ ନାୟକ,ଏସ ରବି କୁମାର,ଅନୀଲ ଚୌଧୁରୀ, ପି କିରଣ କୁମାର,ଅଜୟ ସାହୁ ପ୍ରମୁଖ ସହଯୋଗ କରିଥିଲେ।
