ମlନବାଧିକାର କର୍ମୀ ଙ୍କୁ ମାର୍ଗ ଦର୍ଶନ ଦେଲେ ଅତିଥି ମାନେ
Human rights front India ର youth hostel ରେ ଦ୍ୱିତୀୟ ଦିବସରେ ଆୟୋଜିତ ମାନବିକ ଅଧିକାର ଓ ଏହାର ସାମାଜିକ ଉପଯୋଗିତl ଶୀର୍ଷକ ଆଲୋଚନା ଚକ୍ରରେ ଭାଗନେଇ ମୁଖ୍ୟ ଅତିଥି, ଆବାସିକ ଏସିଆନ ଏଜର ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ସାହୁଓ ମୁଖ୍ୟ ବକ୍ତା ରୂପେ ଉଚ୍ଚ ନ୍ୟାୟାଳୟ ର ବରିଷ୍ଠ ଆଇନଜୀବୀ କ୍ଷୀରୋଦ କୁମାର ନାୟକ ଯୋଗ ଦେଇ ମାନବ ସାମାଜିକ ନ୍ୟାୟ ପାଇଁ ହକଦାର l ଏହାର ବ୍ୟତିକ୍ରମ ଘଟିଲେ ସମାଜ ରେ ବିଭ୍ରାଟ ସହ ଦେଶରେ ଅରାଜକତl ସହ ଅଧୋଗତି ହେବ ବୋଲି ଆଲୋକ ପାତ କରିଥିଲେ l ସମାଜସେବୀ ମନୋଜ କୁମାର ଜେନା ସଭା ପରିଚlଳନା କରିଥିଲେ l ଏହି ଆଲୋଚନା ଚକ୍ରରେ ମାନବାଧିକାର କର୍ମୀ ରାଜ୍ୟ ସଂଗଠକ କଳ୍ପତରୁ ଖୁଣ୍ଟିଆ, ରାଜୀବ କୁମାର,ମନୀଷା ଦାଶ, ଅଧ୍ୟାପକ ଡ଼ ବଳରାମ ଦାଶ,କାର୍ଯ୍ୟକ୍ରମ ସଂଯୋଜିକା ପ୍ରାନ୍ତସିନୀ ଜେନା,ପୂର୍ଣ୍ଣ ଚନ୍ଦ୍ର ସାହୁ ଡ଼ ରାଧେଶ୍ୟାମ ରଥ ଅଧ୍ୟାପକ ଦୟାନିଧିପଣ୍ଡା, ଡ଼ ଶଶୀକାନ୍ତ ରଥ ଯୋଗଦେଇ ସମଗ୍ର ବିଶ୍ୱରେ ସାମାଜିକ ପ୍ରଗତି ପାଇଁ ମାନବ ଅଧିକାରର ଆବଶ୍ୟକତା ରହିଛି,, ଏଥିପାଇଁ ଏନେକସ୍ବେଛାସେବୀ ଅନୁଷ୍ଠାନ ସମାଜ ସେବାପାଇଁ ଆଗକୁ ଆସିବାକୁ ସଂକଳ୍ପ ନେବାକୁ ପରl ମର୍ଶ ଦେଇଥିଲେ l
