ପୁରୀରେ ଜାତୀୟସ୍ତରୀୟ ପ୍ରତିଯୋଗିତା ମିଶନ ଡ୍ରିମ୍ସ

ଯୁବତୀ,ମହିଳା ଓ ପୁରୁଷଙ୍କ ପ୍ରତିଭାଙ୍କୁ ଗୋଟିଏ ମଞ୍ଚରେ ସ୍ଥାନ ଦେଇ ସେମାନଙ୍କ ପ୍ରତିଭା ପ୍ରଦର୍ଶନର ସୁଯୋଗ ଦେବା ସହ ସେମାନଙ୍କ କ୍ୟାରିଅର ଗଠନ ପାଇଁ ଜାତୀୟ ସ୍ତରୀୟ ପ୍ରତିଯୋଗିତା ମିଶନ ଡ୍ରିମ୍ସ ପୁରୀରେ ଆୟୋଜିତ ହୋଇଛି ।ଏହାର ଗ୍ରାଣ୍ଡ ଫିନାଲେ ପୁରୀର ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ହୋଇଛି।ବଲିଉଡ୍ ଅଭିନେତ୍ରୀ ଆଦିତି ସେଟ୍ଟି,ଅଭିନେତା ମନୀଷ ରାଣା,ଜାତୀୟ ସ୍ତରର ସାମ୍ବାଦିକ ଅମିତ୍ ତ୍ୟାଗୀ ବିଚାରକ ଭାବେ ଯୋଗ ଦେଇଥିଲେ।କେବଳ ଭାରତ ନୁହେଁ ଉତ୍କଳର ସଙ୍ଗୀତ ,ମ୍ୟୁଜୀକ ପ୍ରତି ଆକର୍ଷିତ ହୋଇଛନ୍ତି ବିଦେଶୀ ।ସାଉଥ୍ ସୁଦାନର ଜଣେ ପୁରୁଷ ଓ ଯୁବତୀ ଓଡ଼ିଆ ଗୀତର ତାଳେ ତାଳେ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ।ଏହା ଦେଖିବାକୁ ମିଳିଥିଲା ପୁରୀରେ ଆୟୋଜିତ ସପ୍ତମ ମିଶନ୍ ଡ୍ରିମ୍ସର ଗ୍ରାଣ୍ଡ ଫାଇନାଲରେ ।ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ୩୫ ଜଣ ପ୍ରତିଯୋଗୀ ଗୋଟିଏ ମଞ୍ଚରେ ନିଜ ପ୍ରତିଭା ,ନୃତ୍ୟ ,ସଙ୍ଗୀତ ପରିବେଷଣ କରିଥିଲେ।ଫାଇନାଲିଷ୍ଟମାନେ ସଂସ୍କୃତି, ଏକତା, ପରମ୍ପରା ଏବଂ ଜାତୀୟ ଗର୍ବ ପାଳନ କରିବା ପାଇଁ ଏକାଠି ହୋଇଥିଲେ। ଗୋଟିଏ ମଞ୍ଚରେ ମିସ,ମିଷ୍ଟର ଓ ମିସେସ ଇଣ୍ଡିଆ ୨୦୨୫ ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହୋଇଥିଲା।ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ପ୍ରିୟା ପ୍ରିୟମ୍ବଦାଙ୍କ ନେତୃତ୍ୱରେ ପୁରୀରେ ସପ୍ତମ ମିଶନ୍ ଡ୍ରିମ୍ସ ସଫଳତାର ସହ ଆୟୋଜିତ ହୋଇଛି।

ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତା ବେଶ୍ କଠିନ ଥିଲା।ଏଥିପାଇଁ ବେଶ୍ ଆଗରୁ ପ୍ରତିଯୋଗୀ ମାନେ ପ୍ରଶିକ୍ଷଣ ନେଇଥିଲେ।୭ ଟି ପର୍ଯ୍ୟତରେ ନିଜ ପ୍ରତିଭା ପ୍ରଦର୍ଶନ କରି ଶେଷରେ ଫାଇନାଲ ରାଉଣ୍ଡ କୁ ଉନ୍ନୀତ ହୋଇଥିଲେ।ଗ୍ରାଣ୍ଡ ଫାଇନାଲରେ ଫାଇନାଲିଷ୍ଟ ମାନେ ନିଜ ନିଜ ପରିଚୟ ଓ ଲକ୍ଷ ସମ୍ପର୍କରେ ପରିଚୟ ଦେଇଥିଲେ।ଭିନ୍ନ ଭିନ୍ନ ବେଶ ପରିପାଟୀରେ ସଜ୍ଜିତ ଫାଇନାଲିଷ୍ଟ ମାନେ ନିଜ ନିଜ ରାଜ୍ୟର କଳା ,ସଙ୍ଗୀତକୁ ମଞ୍ଚରେ ପ୍ରଦର୍ଶିତ କରିବା ସହ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ।ଗ୍ରାଣ୍ଡ ଫାଇନାଲର ମୁଖ୍ୟ ଆକର୍ଷଣ ଥିଲେ ସାଉଥ୍ ସୁଦାନର ଜଣେ ପୁରୁଷ ଓ ଯୁବତୀଙ୍କ ସହ ମହାରାଷ୍ଟ୍ରରେ ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା ଜଣେ ଯୁବତୀଙ୍କ ପ୍ରତିଭା ପ୍ରଦର୍ଶନ । ମଡେଲିଂ,ନୃତ୍ୟ,ସଙ୍ଗୀତ କ୍ଷେତ୍ରରେ ରୁଚି ରଖୁଥିବା ଯୁବତୀ ,ପୁରୁଷ ଓ ମହିଳାଙ୍କ ପାଇଁ ମିଶନ୍ ଡ୍ରିମ୍ସ ଏକ ଉପଯୁକ୍ତ ପ୍ଲାଟଫର୍ମ ।ନିଜ ନିଜ ଦକ୍ଷତା ଓ ପ୍ରତିଭା ଦେଖାଇବା ସହ ଭବିଷ୍ୟତରେ କ୍ୟାରିଅର ଗଠନ ପାଇଁ ଏଭଳି ଜାତୀୟ ସ୍ତରୀୟ ମଞ୍ଚ ବେଶ୍ ପ୍ରେରଣା ଆଣି ପାରିଛି।

Leave a Reply

Your email address will not be published. Required fields are marked *