ଉଦଳା କଚେରୀ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
ଉଦଳା କଚେରୀ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
ଉଦଳା ୧୩/୯ – ଅଦ୍ୟ ତା ୧୩.୦୯.୨୦୨୫ ରିଖ ଶନିବାର ସକାଳ ୧୦ ଘଟିକା ସମୟରେ ଉଦଳା ବିଚାର ବିଭାଗୀୟ ଅଦାଲତରେ ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅଦାଲତରେ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ତାଲକୁ ଆଇନ ସେବା କମିଟିର ଅଧ୍ୟକ୍ଷ ପ୍ରଦୀପ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ । ଉଦଳାର ବରିଷ୍ଠ ଦେୱାନୀ ବିଚାରପତି ମାନ୍ୟବର ଅରୁଣ ପଟ୍ଟନାୟକ ଓ କନିଷ୍ଠ ଦେୱାନୀ ବିଚାରପତି ମାନ୍ୟବର ଅନୁରାଗ ଦେହୁରୀ ଙ୍କ ସହାୟତାରେ ଉକ୍ତ କାର୍ଯ୍ୟକ୍ରମ ସୂଚାରୁ ରୂପେ ସମ୍ପାଦିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ଦେୀରାଜଜ୍ଙ୍କ ଅଦାଲତରେ ୧୦ ଗୋଟି ମୋଟର ଦୁର୍ଘଟଣା ଜନିତ ମାମଲା ମୋକଦ୍ଦମାର ଆପୋଷ ସମାଧାନ ହୋଇ ୩୫ ହଜାର ଟଙ୍କା ଆଦାୟ ହୋଇଅଛି । ବରିଷ୍ଠ ଦେୱାନୀ ବିଚାରପତିଙ୍କ ଅଦାଲତରେ ଆଗତ ୧୬ ଗୋଟି ମାମଲା ମଧ୍ୟରୁ ୭ ଗୋଟି ମୋକଦ୍ଦମାର ଆପୋଷ ସମାଧାନ ହୋଇଅଛି । ଅନ୍ୟାନ୍ୟ ୩୯ ଟି ଦେୱାନୀ ମୋକଦ୍ଦମାରୁ ୩୦ ମୋକଦ୍ଦମା ଫଇସଲା ହୋଇଛି ଓ ବିବାହ ସମ୍ବନ୍ଧୀୟ ୮ ଟି ମୋକଦ୍ଦମାରୁ ୩ ଟି ମୋକଦ୍ଦମା ଫଇସଲା ହୋଇଛି । କନିଷ୍ଠ ଦେୱାନୀ ବିଚାରପତିଙ୍କ ଅଦାଲତରେ ଅନ୍ୟାନ୍ୟ ୧୦ ଟି ଦେୱାନୀ ମୋକଦ୍ଦମାର ଆପୋଷ ସମାଧାନ ହୋଇଅଛି । ଅନ୍ୟାନ୍ୟ ଫୌଜଦାରୀ ୨୨୫ ଟି ଆଗତରୁ ୨୨୦ ଟି ମୋକଦ୍ଦମାର ଫଇସଲା ହୋଇ ୧୨ଶହ ଟଙ୍କା ଜୋରିମାନା ଏନ୍.ଆଇ. ଆକ୍ଟ ୧୦ ଟି ମୋକଦ୍ଦମାରୁ ୭ ଟି ଫଇସଲା ହୋଇ ୨୧ ଲକ୍ଷ ୮୯ ହଜାର ୯୯ ଟଙ୍କା ଆଦାୟ ହୋଇଛି ଓ ବିବାହ ସମ୍ବଦ୍ଧୀୟ ୮ ଟି ମୋକଦ୍ଦମାରୁ ୮ ଟି ଫଇସଲା ଓ ଫୌଜଦାରୀ ମୋକଦ୍ଦମା ଗୋଟିଏ ଆଗତ ହୋଇ ଗୋଟିଏ ଫଇସଲା ହୋଇଛି । ଉକତ୍ ଲୋକ ଅଦାଲତରେ ଉଦଳା, ଖୁଣ୍ଟା, ପଶୁଦା, କପ୍ତିପଦା ଭାରତୀୟ ଷ୍ଟେଟ ବ୍ୟାଙ୍କର ପରିଚାଳକ ଓ ଦୁଇ ଓକିଲ ସଂଘ କର୍ମଚାରୀ, ସଭ୍ୟ ଓ ବିଚାର ବିଭାଗୀୟ କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ ।
