ଜାତୀୟ ନବଜାତ ଶିଶୁ ସପ୍ତାହ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି
ପୁରୀ :- ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାତୀୟ ନବଜାତ ଶିଶୁ ସପ୍ତାହ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ଚନ୍ଦ୍ରକାନ୍ତି ଆଚାର୍ଯ୍ୟ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି ନବଜାତ ଶିଶୁ ସପ୍ତାହ କାର୍ଯ୍ୟକ୍ରମ ପାଳନର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ସେ କହିଥିଲେ ଆଜିର ଶିଶୁ କାଲିର ଭବିଷ୍ୟତ ତେଣୁ ଶିଶୁକୁ ମା କ୍ଷୀର ନିୟମିତ ଭାବରେ ୬ମାସ ପର୍ଯ୍ୟନ୍ତ ଦେବାସହିତ ଟୀକାକରଣ କୁ ମଧ୍ୟ ପ୍ରାଧାନ୍ୟ ଦେବା ଉଚିତ। ଉତ୍କକାର୍ଯ୍ୟକ୍ରମରେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟ ନାରାୟଣ ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଶିଶୁକୁ କିପରି ବିଭିନ୍ନ ରୋଗରୁ ଦୁରେଇ ରଖିବା ପାଇଁ ପ୍ରତିକାର ନିଆଯାଇପାରିବ ସେ ସମ୍ୱନ୍ଧରେ ଅଵଗତ କରାଇଥିଲେ। ସରକାରୀ ଡାକ୍ତରଖାନାରେ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ବିଷୟରେ ମଧ୍ୟ କହିଥିଲେ । ଏହି ନବଜାତ ନବଜାତ ଶିଶୁ ସପ୍ତାହ କାର୍ଯ୍ୟକ୍ରମ ୨୧ ନଭେମ୍ବର ପର୍ଯ୍ୟନ୍ତ ଚାଲୁ ରହିବ । ଜିଲ୍ଲା ଜନସ୍ୱାସ୍ଥ୍ୟ ସଂଚାର ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ ଉପସ୍ଥିତ ଥିଲେ। ଅତିରକ୍ତ ଜନ ସ୍ୱାସ୍ଥ୍ୟ ସଂଚାର ଅଧିକାରୀ ବେଣୁଧର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆସିଷ୍ଟାଣ୍ଟ ମ୍ୟାନେଜର (ଟ୍ରେନିଂ) ମନୋଜ କୁମାର ପଣ୍ଡା କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥଲେ ।
