ବସ୍ତା ପ୍ରେସ କ୍ଳବ୍ ପକ୍ଷ ରୁ ଜାତୀୟ ପ୍ରେସ ଦିବସ
ଜାତୀୟ ପ୍ରେସ ଦିବସ ଅବସରରେ ବସ୍ତା ପ୍ରେସ କ୍ଲବ୍ ପକ୍ଷ ରୁ ଶନିବାର ସ୍ଥାନୀୟ ରେଳ ଷ୍ଟେସନ ନିକଟସ୍ଥ ସ୍ଥାୟୀ ପ୍ରେସ ରୁମରେ ସଭାପତି ରାମଚନ୍ଦ୍ର ଦେବଙ୍କ ଅଧ୍ୟକ୍ଷତାରେ ପ୍ରେସ ଦିବସ ପାଳନ କରାଯାଇଥିଲା।ଏଥିରେ ବିଜେପି ନେତା ଶ୍ୟାମା ପ୍ରସାଦ ବେହେରା,କଂଗ୍ରେସ ବ୍ଲକ୍ ସଭାପତି ସତ୍ୟ ନାରାୟଣ ଗୁପ୍ତା,ବିଜେଡି ନେତା ଶଙ୍କର କୁମାର କର,ବସ୍ତା ସେବା ସମବାୟ ସମିତି ସଭାପତି ମନୋଜ କୁମାର ମହାନ୍ତି,ବସ୍ତା ଟ୍ରେଡ ୟୁନିୟନ୍ ସଭାପତି ରବୀନ୍ଦ୍ର କୁମାର ଦାସ,ରାଧ।ଶ୍ୟାମ ମହାପାତ୍ର,କମଳା କାନ୍ତ ବେହେରା, କୁମୁଦ ରଞ୍ଜନ ଗିରି, ପ୍ରକାଶ କୁଣ୍ଡୁ ,ସାମ୍ବାଦିକ ରବି ନାରାୟଣ ଶତପଥୀ,ଦୀନବନ୍ଧୁ ପ୍ରଧାନ ବକ୍ତବ୍ୟ ରଖିଥିବା ବେଳେ ସାମ୍ବାଦିକ ପୃଥୁ ନାଥ ମଣ୍ଡଳ, ଦୀପକ କୁମାର ପରିଡ଼ା,ବିଷ୍ଣୁପଦ ପତି, ଶିରିଶ ମହାନ୍ତି,ରାଜେଶ୍ ଗିରି, ଭରତ କୁମାର ଦାସ ,ଦେବାଶିଷ ସେଠୀ, ସେକ ଜଗୁରୁଦ୍ଦିନ ପ୍ରମୁଖ କାର୍ଯ୍ଯକ୍ରମ ସଞ୍ଚାଳନ କରିଥିଲେ।ଶେଷରେ କାର୍ଯ୍ୟାଳୟ ସମ୍ପାଦକ ସୁଶାନ୍ତ କୁମାର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।
