ଜାତୀୟ ପ୍ରେସ ଦିବସ ପାଳିତ

ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତତାଳଚେର : ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ତାଳଚେର ଲିଙ୍ଗରାଜ ରୋଡ଼ର ସୌଭାଗ୍ୟମଣ୍ଡପ ପରିସରରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ଭବାନୀ ମହାପାତ୍ର, ସାନମାନିତ ଅତିଥି ଭାବେ ପାଳଲହଡା ବିଧାୟକ ଅଶୋକ ମହାନ୍ତି, ସମାଜସେବୀ ରିତା ପାତ୍ର, ସରଣାରବିନ୍ଦ ଓଝା ଯୋଗଦେଇଥିଲେ। ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ସ୍ବାଗତ ସଙ୍ଗୀତ ଗାନ କରାଯାଇ କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା। ଧିର ମୋହନ ରାୟ ସ୍ବାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସାଧାରଣ ସମ୍ପାଦକ ସୌଭାଗ୍ୟ ଚନ୍ଦ୍ର ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ସମାଜ ସେବି ରୀତା ପାତ୍ର ତାଙ୍କ ବକ୍ତବ୍ୟରେ ନାରୀ ଶକ୍ତି ଉପରେ ଉପସ୍ଥାପନା କରିଥିବା ବେଳେ କଥାକାର ସରଣାବିନ୍ଦ ଓଝା କହିଥିଲେ ଯେ, ଶବ୍ଦ ବିନା ସାମ୍ବାଦିକ ହୋଇପାରିବ ନାହିଁ ବୋଲି ଉଦାହରଣ ଦେଇ ବୁଝାଇଥିଲେ। ସେହିଭଳି ପାଳଲହଡା ବିଧାୟକ ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟ କହିଥିଲେ ଯେ, ସମସ୍ତଙ୍କର କହିବାର ଅଧିକାର ଅଛି ସମସ୍ତଙ୍କର ଲେଖିବାର ଅଧିକାର ଅଛି।

ରାଷ୍ଟ୍ର ନିର୍ମାଣ କାର୍ଯ୍ୟରେ ସାମ୍ବାଦିକଙ୍କୁ ଗୁରୁତ୍ୱ ଭୂମିକା ରହିଛି ବୋଲି କହିଥିଲେ। ସେହିଭଳି ମୁଖ୍ୟ ବକ୍ତା ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସମ୍ବାଦ ପରିବେଷଣ ହେବା ପୂର୍ବରୁ ପୂର୍ବ ପ୍ରସ୍ତୁତି ହେବା ଦରକାର। ମେକ ଅପ ନେଇକି ସୌନ୍ଦର୍ଯ୍ୟ ହୋଇପାରିବ କିନ୍ତୁ ଶବ୍ଦ ବିନା ଖବର ସଂଗ୍ରହ କରିବା ସମ୍ଭବ ନୁହଁ। ଲୋକଙ୍କ ପାଖରେ କେତେ ବିଶ୍ୱାସନୀୟ ହେବେ ସାମ୍ବାଦିକ ଖବର ପରିବେଷଣ ହିଁ ପରିଚୟ ସୃଷ୍ଟି କରିଥାଏ। ଏଥି ସହିତ ଖବର ସଂଗ୍ରହ ବେଳେ ବିନା ପ୍ରସ୍ତୁତିରେ ଖବର ସଂଗ୍ରହ କରନ୍ତୁ ନାହିଁ ବା ବିନା ପଢାରେ ଜଣେ ସଫଳ ସାମ୍ବାଦିକ ହୋଇ ପାରିବ ନାହିଁ କି ଜଣେ ସଫଳତା ସାମ୍ବାଦିକ ହୋଇପାରିବ ନାହିଁ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ପରିଶେଷରେ ମୁଖ୍ୟ ଅତିଥି ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ସାମ୍ବାଦିକଙ୍କ ଉଦ୍ଦେଶ୍ୟରେ କହିଲେ କି ଗଣମାଧ୍ୟମ ହେଉଛି ଜନ ସାଧାରଣଙ୍କ ଚକ୍ଷୁ ସଦୃଶ। ସାମ୍ବାଦିକ ଚାହିଁଲେ ସବୁକିଛି ପରିବର୍ତନ କରି ପାରିବ ବୋଲି କହି ତାଙ୍କ ବକ୍ତବ୍ୟ କହିଥିଲେ। ଆଜିର ଏହିଁ ଅନ୍ତର୍ଜାତୀୟ ପ୍ରେସ ଦିବସ ଉପଲକ୍ଷେ ବିଭିନ୍ନ କ୍ଷେତ୍ରରେ ପ୍ରତିଭାବାନରେ ସଫଳ ହୋଇଥିବା ବ୍ୟକ୍ତିତ୍ୱଙ୍କୁ ସାନମାନିତ କରାଯାଇଛି। ସେଥିମଧ୍ୟରୁ ଖବର ପରିବେଷଣ କ୍ଷେତ୍ରରେ ପ୍ରଦ୍ୟୁମ୍ନ କୁମାର ରାଉତ, ଶିକ୍ଷକ ଦୈତାରୀ ପ୍ରଧାନ, ଡ଼ ସନ୍ତୋଷ କର, ରିତା ପାତ୍ର, ଜେବିଆର ହସ୍ପିଟାଲର ସତ୍ୱାଧିକାରୀ ଭଗବାନ ପ୍ରଧାନ, ପଦ୍ମାବତୀ ମିଶ୍ର, ବିଭୁତି ଭୂଷଣ ସ୍ୱାଇଁ, ସାମ୍ବାଦିକ ଭବାନୀ ଶଙ୍କର ସିଂ ସାମନ୍ତଙ୍କୁ ସମ୍ବିର୍ଦ୍ଧିତି କରାଯାଇଥିଲା। ସଂଘର ସଭାପତି ଶୟଦ୍ ଯୁଲ୍ଫିକର ହୁସେନ ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ସଂଘର ଉପସଭାପତି ମଦନ ମୋହନ ସାହୁ, କୋଷାଧ୍ୟକ୍ଷ ବାପୁଜୀ ସାମଲ, କାର୍ଯକାରୀ ସଭାପତି ବିକାଶ ଚନ୍ଦ୍ର ସାହୁ, ସଦସ୍ୟ ଦୁର୍ଗା ପ୍ରସାଦ ସ୍ୱାଇଁ, ମନିଲ ମହାରଣା, ସୌମିତ୍ର ସେନାପତି, ରାଉତରାୟ ନାଏକ, ମଣ୍ଟୁ ମହାନ୍ତି, ଶିଶିର ସାମଲ, ଅରୁଣ ପ୍ରଧାନ, ବାସୁଦେବ ପ୍ରଧାନ, ନିରଞ୍ଜନ ସାମଲ, ନରୋତ୍ତମ ସାହୁ, ରୁଦ୍ର ମୋହନ ଗଡ଼ନାୟକ, ଅଜୟ ନାୟକ, ରବୀନ୍ଦ୍ର ମହାରଣା, ବିପିନ ବିହାରୀ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଅକୁଣ୍ଠ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବହୁସଂଖ୍ୟାରେ ବୁଦ୍ଧିଜୀବୀ, ସମାଜସେବୀ, ସାମ୍ବାଦିକ, ମହିଳା ସଂଗଠନ, ଶ୍ରମିକ ସଂଗଠନର ନେତୃବୃନ୍ଦ ଉପାସ୍ଥିତ ଥିଲେ। ଏଥି ସହିତ କାର୍ଯ୍ୟାରମ୍ଭ ପୂର୍ବରୁ କବିତା ଆସର ହେବା ସହିତ ସ୍ଥାନୀୟ କୁନୀ କଳାକାରଙ୍କୁ ନେଇ ସାଂସ୍କୃତି କାର୍ଯ୍ୟକ୍ରମ ହୋଇଥିଲା।

Leave a Reply

Your email address will not be published. Required fields are marked *