ଉଦଳା ପ୍ରେସ କ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ଉଦଳା, ତା ୧୬/୧୧ : ଜାତୀୟ ପ୍ରେସ ଦିବସ ଅବସରରେ ଉଦଳା ପ୍ରେସ କ୍ଳବ ପରିସରରେ ପୁର୍ବତନ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଅରୁଣ ମହାନ୍ତିଙ୍କ ବିୟୋଗ କାରଣରୁ ନିରାଡ଼ମ୍ବର ସହକାର ପାଳିତ ହୋଇଯାଇଛି । ପ୍ରତ୍ୟୁଷ ରେ କ୍ଳବ ସମୁଖରେ ପତାକା ଉତ୍ତଳନ ପୁର୍ବକ ଅରୁଣ ମହାନ୍ତିଙ୍କ ଉଦେଶ୍ୟ ରେ ସ୍ମୃତିଚାରଣ କରାଯାଇଥିଲା । ସଭାପତି ଆନନ୍ଦ ଦାସ ଙ୍କ ସଭାପତିତ୍ୱ ରେ ଆୟୋଜିତ ବୈଠକରେ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ ଯୋଗ ଦେଇ ସାମ୍ବାଦିକତା ଓ ସାମ୍ବାଦିକଙ୍କ ସମ୍ମାନ ଓ ସୁରକ୍ଷାର ଆବଶ୍ୟକତା ରହିଛି । ଏବଂ ମା ମାଟି ଓ ଅଞ୍ଚଳ ପାଇଁ ଉତ୍ସର୍ଗ ହିଁ ପ୍ରକୃତ ସେବା ବୋଲି କହିଥିଲେ । ସମ୍ପାଦକ ଜଗବନ୍ଧୁ ପ୍ରଧାନ ଜାତୀୟ ପ୍ରେସ ଦିବସର ତାତ୍ପର୍ଯ୍ୟ ଓ ପ୍ରାସଙ୍ଗିକତା ଉପରେ ବିସ୍ତ୍ରୁତ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ହିମାଦ୍ରୀ ଶେଖର ପାଲ, ସୁରେଶ୍ଵର ଜେନା, ସନ୍ତୋଷ ବେହେରା, ଯୋଗେନ୍ଦ୍ର ମହାପାତ୍ର , ଆପଦ ରାଉତ, କରୁଣା କର ଦାସ, ଅନୀଲ ସେନାପତି, ଜୟନ୍ତ ନାୟକ, ବାସୁଦେବ ପାତ୍ର ,ସୁବ୍ରତ ମହାନ୍ତି ସମେତ ସମସ୍ତ ସାମ୍ବାଦିକ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *