ମାଲକାନଗିରି ଜିଲ୍ଲାରେ ଜାତୀୟ ପ୍ରେସ ଦିବସ ମର୍ଯ୍ୟାଦା ପୂର୍ଣ୍ଣ ଭାବରେ ପାଳିତ l
ମାଲକାନଗିରି,୧୬/୧୧ ଜିଲ୍ଲା ପ୍ରଶାସନ ଓ ଜିଲ୍ଲାରେ କାର୍ଯ୍ୟରତ ପ୍ରେସ ସଂସ୍ଥା ଗୁଡିକ ଦ୍ବାରା ଉଭୟ ପୂର୍ବାହ୍ନ ଓ ଅପରାହ୍ନ ରେ ଜାତୀୟ ପ୍ରେସ ଦିବସ କୁ ଆନୁଷ୍ଠାନିକ ଭାବେ ପାଳନ କରାଯାଇଥିଲା। ବିଶ୍ଵ ନିଅନ୍ତି। ଜଗନ୍ନାଥଙ୍କ ସମୀପରେ ପ୍ରଦୀପ ପ୍ରଜ୍ବଳନ, ପୁଷ୍ପାଞ୍ଜଳି ପ୍ରଦାନ ଓ ପ୍ରାଦେଶିକ ସଙ୍ଗୀତ ସମର୍ପଣ ସହ ପ୍ରାସାସନିକ ଅଧିକାରୀ , ସମ୍ବାଦ

ସରବରାହ ସଂସ୍ଥା ଗୁଡିକର ବହୁ ବରିଷ୍ଠ ବ୍ୟକ୍ତି, ନିମନ୍ତ୍ରିତ ଅଟିଥି ଓ ସାମ୍ୱାଦିକ / ପତ୍ରକାର ଗଣ ବହୁ ସଂଖ୍ୟାରେ ଯୋଗ ଦେଇ ଅଧୁନ।ନ୍ତନ ଡିଜିଟାଲ ଯୁଗରେ ରାଷ୍ଟ୍ରର ଚତୁର୍ଥ ସ୍ତମ୍ବ ଭାବରେସ୍ୱାସ୍ଥ୍ୟକର ସମ୍ବାଦ ପରିବେଷଣ ଓତାର ବିଶ୍ୱସନୀୟତା ର ସଂରକ୍ଷଣ ଉପରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୁକ୍ତ ଆଲୋଚନା କରିଥଲେ।ଏହି ଦିବସର ଅବ୍ୟବହିତ ପୂର୍ବରୁ ଏଥିନିମନ୍ତେ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ମାନଙ୍କର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଂକ ଦ୍ୱାରା ପୁରସ୍କୃତ କର।ଯାଇଥିଲା।
