ପ୍ରକଳ୍ପ ଅଧିକାର ଦ୍ୱାରା -ଜାତୀୟ ସୁରକ୍ଷା ମାସ ପାଳନ

ପ୍ରକଳ୍ପ ଅଧିକାର ଦ୍ୱାରା -ଜାତୀୟ ସୁରକ୍ଷା ମାସ ପାଳନ

31/03/26,ଦଶପଲ୍ଲା (ଅନିଲ୍ କୁମାର ପ୍ରଧାନ)ଜାତୀୟ ସୁରକ୍ଷା ମାସ ପାଳନ ଅବସରରେ “ନିଜ ସୁରକ୍ଷା – ନିଜ ହାତରେ” ଶୀର୍ଷକ ଜନ ସଚେତନତା ସଭା ପ୍ରକଳ୍ପ ଅଧିକାର, ଦଶପଲ୍ଲା ଦ୍ୱାରା ଭୋଗବାଡ଼ି ଗ୍ରାମ ପଞ୍ଚାୟତ ଅଧୀନ କନ୍ଧ ଭୋଗବାଡ଼ି ଗ୍ରାମରେ ୱାର୍ଡ ମେମ୍ବର ଶ୍ରୀମତୀ ଶାନ୍ତି ଲତା ସାହୁ, ଗ୍ରାମ୍ୟ ସଭାପତି ଶ୍ରୀଯୁକ୍ତ ଧନୁ ବେହେରା ଓ ନେଳିଗୋଡ଼ା ଗ୍ରାମ ପଞ୍ଚାୟତ ଅଧୀନ ନେକିଗୋଡ଼ା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ଅଜୟ ବେହେରାଙ୍କ ପୌରହିତ୍ୟରେ ଏବଂ

ଶିକ୍ଷକ,ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ତଥା ଗ୍ରାମବାସୀଙ୍କୁ ନେଇ ଏ ଜନ ସଚେତନତା ଓ ସୁରକ୍ଷା ସଂକଳ୍ପ ସଭା ଅନୁଷ୍ଠିତ ହେଇଯାଇଛି।ନିଜ ନିଜର ଗୃହ,କାର୍ଯ୍ୟସ୍ଥଳ, ଜନ ଗହଳି ପୂର୍ଣ୍ଣ ସଡକ, ସେତୁ, ବିପଦପୂର୍ଣ୍ଣ ସ୍ଥାନ, ବୌଦ୍ୟୁତିକ ସରବରାହ ହେଉଥିବା ଅଂଚଳରେ ଘଟୁଥିବା ବିଭିନ୍ନ ଦୁର୍ଘଟଣାରୁ ନିଜକୁ କିପରି ରକ୍ଷା କରିବା, ଏ ପ୍ରକାର ବିପଦର ପ୍ରତିକାର କିପରି କରିବା ଏବଂ ଏ ବିପଦକୁ କିପରି କମେଇବା ବିଷୟରେ ସବିଶେଷ ଜାଣିବା,ଦୁର୍ଘଟଣାରୁ ନିଜକୁ ସୁରକ୍ଷିତ ରଖିବା ସହିତ କେମିତି ସତର୍କତା ଅବଲମ୍ବନ କରିବା ଲକ୍ଷ୍ୟ ନେଇ ଏ ଜନ ଜାଗରଣ ସଭା ଅଧିକାର ମିତ୍ର ଶ୍ରୀମତୀ ସରୋଜିନୀ ମଳିକ ଓ ପ୍ରଦୀପ ସାହୁଙ୍କ ଆୟୋଜନ କ୍ରମେ ଅନୁଷ୍ଠିତ ହେଇଯାଇଛି।ସାମ୍ପ୍ରତିକ ପରିସ୍ଥିତିରେ ଆମ ସମାଜରେ ଅସଚେତନ ଓ ଅସାବଧାନତା ଯୋଗୁଁ ଦିନକୁ ଦିନ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରୁ ଏଥିପ୍ରତି ସମସ୍ତେ ଓ ସବୁ ପରିବାରରେ ସତର୍କ ରହିବା ଆବଶ୍ୟକ ବୋଲି ପ୍ରକଳ୍ପ ପରିଚାଳକ ପ୍ରଭାତ କୁମାର ସାହୁ ନିଜ ବକ୍ତବ୍ୟରେ କହିଥିବା ବେଳେ ଘରୋଇ ବିଦ୍ୟୁତ ବ୍ୟବହାର କଲାବେଳେ ଏଥିପ୍ରତି ଅଧିକ ଦୃଷ୍ଟି ଦେବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ। ଏ ପ୍ରକାର ସାମାଜିକ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମର ଯଥେଷ୍ଟ ଉପାଦେୟତା ଓ ଆବଶ୍ୟକତା ରହିଛି ବୋଲି ଉପସ୍ଥିତ ଶକ୍ଷକ ତଥା ଗ୍ରାମବାସୀ ମତାମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *