ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟ, କନସିଂହାରେ ଜାତୀୟ ବିଜ୍ଞାନ ଦିବସ ପାଳିତ
ପଦ୍ମପୁର ତ.୨୮/୦୨/୨୦୨୬ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ବେହେରାଙ୍କ ସଭାପତିତ୍ବରେ ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ବିଜ୍ଞାନ ଶିକ୍ଷିକା ଶ୍ରୀମତୀ ଚନ୍ଦନା ଚନ୍ଦ୍ରପ୍ରଭା ପଧାନ ସମସ୍ତଙ୍କୁ ସ୍ବାଗତ କରି ଏହି ଦିବସର ତାତ୍ପର୍ଯ୍ୟ ବିଷୟରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ପ୍ରଧାନ ଶିକ୍ଷକ ବିଜ୍ଞାନର ଉପକାରିତା ଓ ଅଗ୍ରଗତି ସମ୍ବନ୍ଧରେ ଭାଷଣ ଦେଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ କ୍ରିଷ୍ଣା ବିଶି, ଆର୍ଯ୍ୟା ପଲକ ଭୋଇ, ଅର୍ପିତାରାଣୀ ହରପାଲ ଓ ଶିଖା ବରିହା ଭାଷଣ ପ୍ରଦାନ କରିଥିଲେ । ଅରୁଣ କୁମାର ବନିଆ,ରୋଶନୀ ଦେହେରୀ, ହରିହର ସାହୁ, ଜିତେନ୍ଦ୍ରିୟ ଗିଙ୍ଗିରା, ବଳରାମ ଦେହେରୀ, ସଞ୍ଜୟ ଦେହେରୀ, ସୁଶାନ୍ତ ମେହେର, ତରଣୀସେନ ସାହୁ ନିଜ ନିଜ ମନ୍ତବ୍ୟ ପ୍ରଦାନ କରିଥିଲେ । ପରେ ଛାତ୍ରଛାତ୍ରୀମାନଙ୍କୁ ମିଷ୍ଟାନ୍ନ ବିତରଣ କରାଯାଇଥିଲା । କାର୍ଯକ୍ରମରେ ମୋନାଲିସା ପାଣିଗ୍ରାହୀ, ଆଦିତ୍ୟ ଦାଶ, ଶଶୀଭୁଷଣ ବାରିକ ସହାୟତା କରିଥିଲେ ।ପରିଶେଷରେ ଦାଶରଥୀ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।
