ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ଆଲୋଚନାଚକ୍ର

ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ଆଲୋଚନାଚକ୍ର

ହିଞ୍ଜିଳିକାଟୁ୨୨/୦୨/୨୬ (ରଂଜିତ କୁମାର ପୋଲାଇ ): ବିଜ୍ଞାନ ମହାବିଦ୍ୟାଳୟ (ସ୍ୱୟଂଶାସିତ)ହିଞ୍ଜିଳିକାଟୁର ଇତିହାସ ବିଭାଗ ତରଫରୁ ଆୟୋଜିତ ଜାତୀୟ ଆଲୋଚନାଚକ୍ର କାର୍ଯ୍ୟକ୍ରମ ହୋଇଯାଇଛି । ଓଡ଼ିଆ ସାହିତ୍ୟର ବିକାଶ ଓ ପରିଚୟ ପ୍ରତି ଦକ୍ଷିଣ ଓଡ଼ିଶାର ରାଜବଂଶମାନଙ୍କର ଅବଦାନ ଶୀର୍ଷକ ଉପରେ ଆଲୋଚନା
ହୋଇଥିଲା । ଆଇକ୍ୟୁଏସସି (IQAC) ସହଯୋଗରେ ଅଦୀତୀ ପଟ୍ଟନାୟକ ଓ ସୋଫିଆ ମହାନ୍ତିଙ୍କ ଓଡ଼ିଶୀ ନୃତ୍ୟରେ ମୁଖ୍ୟ ଅତିଥି ବରିଷ୍ଠ ଶିକ୍ଷାବିତ ଓ ପୂର୍ବତନ କୂଳପତି ଡ଼. ମନ୍ମଥ ପାଢ଼ୀ, ସଭାପତି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ପ୍ରଦୀପ କୁମାର ନନ୍ଦ, ମୁଖ୍ୟ ବକ୍ତା ଭାବେ ତାମିଲନାଡୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଡିନ୍ ଡ଼. ଭଗବାନ ସାହୁ ଓ ପ୍ରଫେସର ଶ୍ୟାମ ପ୍ରସାଦ ମିଶ୍ର, ସମ୍ମାନିତ ଅତିଥିଭାବେ ମିଜୋରାମ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଡିନ୍ ପ୍ରଫେସର ଶ୍ରୀନିବାସ ପତି, ବିଶିଷ୍ଟ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ତଥା ପୂର୍ବତନ ଅଧ୍ୟକ୍ଷ ମେଜର ରମା ରାମଣ ପଢ଼ୀ, ମହାବିଦ୍ୟାଳୟର ଆଇକ୍ୟୁଏସସି ସଂଯୋଜକ ଡ. ପ୍ରଫୁଲ୍ଲ କୁମାର ରଥ ମଞ୍ଚାସୀନରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ଆଲୋଚନାଚକ୍ରରେ ଦକ୍ଷିଣ ଓଡ଼ିଶାର ପାରଳାଖେମୁଣ୍ଡି ଭଞ୍ଜ , ଖଲ୍ଲିକୋଟ , ଘୁମସର, ସାନଖେମୁଣ୍ଡି, ଶେରଗଡ଼ ଆଦି ରାଜବଂଶଙ୍କ ସାହିତ୍ୟ, ସଂସ୍କୃତି ଓ ଓଡ଼ିଆ ପରିଚୟ ଗଠନରେ ଅବଦାନ ଉପରେ ଗଭୀର ଆଲୋଚନା ହୋଇଥିଲା। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ, ରାଜା ହରିହର ମର୍ଦ୍ଦରାଜ ଆଦି ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ସୃଷ୍ଟି ଓ ରାଜକୀୟ ପୃଷ୍ଠପୋଷକତାର ପ୍ରଭାବ ଉପରେ ୩୪ ଜଣ ଗବେଷକ ନିଜନିଜ ଲେଖା ଉପସ୍ଥାପନ କରିଥିଲେ। ଏହା ଓଡ଼ିଆ ସାହିତ୍ୟର ଐତିହାସିକ ଓ ସାଂସ୍କୃତିକ ମହତ୍ତ୍ୱକୁ ନୂତନ ଦୃଷ୍ଟିକୋଣରୁ ବିଶ୍ଲେଷଣ କରିବାରେ ସହାୟକ ହୋଇଥିଲା। ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରଚାର ପାଇଁ ଏଭଳି ଆଲୋଚନା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *