ଜାତୀୟ ମାନବାଧିକାର ଦିବସ ପାଳିତ

ଲକ୍ଷ୍ମୀପୁର :୧୦/୧୨() କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ମହାବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ବିଭାଗର ଜାତୀୟ ସେବା ଯୋଜନା ଏବଂ ଯୁବ ରେଡକ୍ରସ ୟୁନିଟ୍ ତରଫରୁ ଜାତୀୟ ମାନବାଧିକାର ଦିବସ ପାଳିତ ହୋଇ ଯାଇଛି I ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରି ଯୁକ୍ତ ତିନି ଅଧ୍ୟକ୍ଷ ଶ୍ରୀ ବିଜୁ ମୁଦୁଲି ମାନବାଧିକାର ଏକ ସାର୍ବଜନୀନ ଅଧିକାର ଏବଂ ଅତି ଆବଶ୍ୟକ ଅଧିକାର ଓ ଏହି ବିଷୟରେ ସମସ୍ତେ ଅବଗତ ରହିବା ଉଚିତ ବୋଲି ପ୍ରକାଶ କରିଥିଲେ। ସେହିପରି ମୂଖ୍ଯ ଅତିଥି ତଥା ସିଏସଏନଆର କୋରାପୁଟ ଅଧିକାରୀ ଶ୍ରୀ ଜ୍ଞାନ ସାଗର ନାଏକ ମଧ୍ଯ ମାନବାଧିକାର କଣ ଏବଂ ଏହା କିପରି ବଜାୟ ରହିବ ସେ ନେଇ ସମସ୍ତେ ସଚେତନ ହୋଇ ସମସ୍ତଙ୍କର ଅଧିକାର ଗୁଡିକ ଉପଭୋଗ କରିବାସହ ସହିତ ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ପରାମର୍ଶ ଦେଇ ଥିଲେ। ଏହି ଅବସରରେ ସିଏସଏନଆର ଦ୍ୱାରା ଏକ ରଚନା ପ୍ରତିଯୋଗିତା ଆୟୋଜିତ କରାଯାଇ ଥିଲା ଏବଂ ଆଜିର ସଭାରେ ସମସ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ସମସ୍ତ ଭାଗ ନେଇ ଥିବା ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଶ୍ରୀମତୀ ମୌତୁସୀ ପ୍ରଧାନ, ଶ୍ରୀମତୀ ମହିମା ରାଣୀ ରାଜୁ, ଶ୍ରୀମତୀ ଜୟଶ୍ରୀ ପଟ୍ଟନାୟକ, ସୁଶ୍ରୀ ଉଦୟ ଭାନୁ ପଣ୍ଡା ତଥା ଯୁକ୍ତ ତିନି ଯୁବ ରେଡକ୍ରସ ଅଧିକାରୀ ଅଧ୍ୟାପିକା ଶ୍ରୀମତୀ ସନ୍ତୋଷିନୀ ଦାସ ଏବଂ ଅଧ୍ୟାପକ ଶ୍ରୀ ପବିତ୍ର ମଣ୍ଡଳ ଓ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଶ୍ରୀ ଯଶୋବନ୍ତ ଗରଡା ପରିଚାଳନା କରିଥିଲେ ଏବଂ ଶେଷରେ ଅଧ୍ୟାପକ ଶ୍ରୀ ଦୁର୍ଯ୍ଯୋଧନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଲଷ୍ମୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥେକ୍ଷେତ୍ର

Leave a Reply

Your email address will not be published. Required fields are marked *