ଜାତୀୟ ପ୍ରତିଭା ଅନ୍ୱେଷଣ ପାଇଁ କଂଗ୍ରେସ ପକ୍ଷରୁ ପ୍ରେସ ମିଟ

ଜାତୀୟ ପ୍ରତିଭା ଅନ୍ୱେଷଣ ପାଇଁ କଂଗ୍ରେସ ପକ୍ଷରୁ ପ୍ରେସ ମିଟ

ଉଦଳା, ତା ୧/୧୨ : କଂଗ୍ରେସ ମୟୁରଭଞ୍ଜ ଜିଲ୍ଲା (ପୂର୍ବ) ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ଜାତୀୟ ପ୍ରତିଭା ଅନ୍ୱେଷଣ ପରିପ୍ରେକ୍ଷୀରେ ଉଦଳା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଏକ ପ୍ରେସ ମିଟ ଆୟୋଜନ କରିଥିଲେ । ଭାରତୀୟ ଗଣତନ୍ତ୍ର ର ରକ୍ଷା ଓ ସୁରକ୍ଷା, ସରକାର ଙ୍କ ମନମୁଖୀ କାର୍ଯ୍ୟ ଏବଂ ଦେଶର ସାର୍ବଭୌମତା ବଜାୟ ଦିଗରେ ଜାତୀୟ ସ୍ତରରେ ଯୁବ ପ୍ରତିଭାର ଆବଶ୍ୟକତା ଅନୁଭବ କରି ଏହି ପ୍ରତିଭା ଅନ୍ୱେଷଣ ର ଲକ୍ଷ ବୋଲି କହିଥିଲେ । ବ୍ଳକ, ଜିଲ୍ଲା ରାଜ୍ୟ ତଥା ଜାତୀୟ ସ୍ତରରେ ପ୍ରତିଭା ଅନ୍ୱେଷଣ ପୁର୍ବକ ଏକ ଗଣତାନ୍ତ୍ରିକ ଭାରତ ଗଠନ କରିବା ପାଇଁ ଯୁବ ପ୍ରତିଭା ଙ୍କ ଆବଶ୍ୟକତା ରହିଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କ ଏହି କାର୍ଯ୍ୟକ୍ରମ କରା ଯାଉଥିବା ସୂଚନା ଦେଇଛନ୍ତି । ଏଣୁ ଜିଲ୍ଲାର ସମସ୍ତ ଯୁବ ବର୍ଗ ତଥା ପ୍ରତିଭା ସମ୍ପନ୍ନ ଯୁବ ଵର୍ଗ ସାମିଲ ହୋଇ ନିଜର ଆଭିମୁଖ୍ୟ କଂଗ୍ରେସ ଭଳି ଗଣତାନ୍ତ୍ରିକ ରାଜନୈତିକ ସଙ୍ଗଠନ ରେ ପ୍ରକାଶ କରିବାର ସୁଯୋଗ ନେବାକୁ ଆହ୍ଵାନ କରିଛନ୍ତି ସଭାପତି ଶ୍ରୀ ବିଶ୍ୱାଳ । ଉକ୍ତ ପ୍ରେସ ମିଟ ରେ ବରିଷ୍ଠ ନେତା ଉତ୍ତମ ବେହେରା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *