ସଂସ୍କାର ପବ୍ଲିକ ସ୍କୁଲରେ ଜାତୀୟ କ୍ରୀଡା ଦିବସ
କାମାକ୍ଷାନଗର ଉପଖଣ୍ଡ ରହଣୀସ୍ଥିତ ସଂସ୍କାର ପବ୍ଲିକ ସ୍କୁଲରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଅଗଷ୍ଟ ୨୯ ଶୁକ୍ରବାର ଦିନ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଅଛି। ଏହି ଅବସରରେ ଏକ ମାରାଥନର ଏବଂ ଭଲି ବଲ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ମାରାଥନଟି ବିରାଶାଳସ୍ଥିତ ଏୟାରଷ୍ଟ୍ରିପ ପ୍ରାଙ୍ଗଣରୁ ବାହାରି ବିଦ୍ୟାଳୟ ପରିସରରେ ସମାପ୍ତ ହୋଇଥିଲା। ଏହି ମାରାଥନରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶାନ୍ତନୁ ଚାଟାର୍ଜୀ ଏଥିରେ ଅଧ୍ୟକ୍ଷତା କରିବା ସହ ଏକ ସୁସ୍ଥ ଜୀବନ ଶୈଳୀରେ କ୍ରୀଡାର ଗୁରୁତ୍ଵ ଓ ଏହାର ଆବଶ୍ୟକତା ତଥା ଏହି ଦିବସର ମହତ୍ତ୍ଵ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇବା ସହ ଏହି କାର୍ଯ୍ଯକ୍ରମଟିକୁ ସୂଚାରୁରୂପେ ପରିଚାଳନା କରାଯାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
