ରାଷ୍ଟ୍ରୀୟ ମାନ ନିର୍ଦ୍ଧାରଣ ଅଧିକାରୀଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ

କେନ୍ଦୁଝର ଜିଲ୍ଲା ଗ୍ରାମ୍ୟ ଉର୍ନୟନ ବିଭାଗର ମାନ ନିର୍ଦ୍ଧାରଣ ଅଧିକାରୀ ଶ୍ରୀ ପନ୍ୱର୍ ଆଜି ସକାଳେ ଆନନ୍ଦପୁର ଘଷି ପୁରା ଯିବା ସମୟରେ କୋଳିମାଟି ନିକଟରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଶ୍ରୀ ପନ୍ଵର୍ ଗୁରୁତର ଆହତ ହୋଇ ସ୍ଥାନୀୟ ଲୋକ ଙ୍କ ଦ୍ୱାର ଉଦ୍ଧାର ହୋଇ ଆନନ୍ଦପୁର ହସ୍ପିଟାଲ ରେ ଭର୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଦୁର୍ଘଟଣାରେ କାରଟି ସମୁଖଟି ସମ୍ପୂର୍ଣ ନଷ୍ଟ ହୋଇ ଥିବା ବେଳେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀ ପନ୍ୱରଙ୍କ ଘର ରାଜସ୍ତାନର ଯୋଧପୁର ବୋଲି ଜଣାପଡିଛି। ତାଙ୍କ ପରିବାର ଘଟଣା ସମ୍ପର୍କରେ ଖବର ପାଇ ହସ୍ପିଟାଲରେ ପହଂଚିଛନ୍ତି।

ରିପୋର୍ଟ- ଅବିନ୍ନ କୁମାର ରଣା।

Leave a Reply

Your email address will not be published. Required fields are marked *