ଦର୍ଶନ ବିଭାଗର ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନୀତିଶାସ୍ତ୍ର ଉପରେ ଜାତୀୟ ଆଲୋଚନାଚକ୍ର ।
ହିଞ୍ଜିଳିକାଟୁ ୧୮/୧୨/୨୫ ଦର୍ଶନ ବିଭାଗର ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନୈତିକତା ବିଷୟରେ ଏକ ଦିବସୀୟ ଆଲୋଚନାଚକ୍ର ସମ୍ପର୍କରେ ଚଳିତ ମାସର ୧୮ତାରିଖରେ ହିଞ୍ଜିଳିକାଟୁ ସ୍ବୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗ ଆନୁକୂଲ୍ୟରେ ଏହି ବୌଦ୍ଧିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ ଆଲୋଚନାଚକ୍ରରେ ଆଇଆଇଟି ବମ୍ବେର ପ୍ରଫେସର ଡ଼. ରାଜକିଶୋର ନାଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ଓ ପ୍ରଯୁକ୍ତିର ନୈତିକ ପାର୍ଶ୍ୱ ଉପରେ ଗଭୀର ଓ ଚିନ୍ତନଶୀଳ ଆଲୋଚନା କରିଥିଲେ। ତାଙ୍କର ବକ୍ତବ୍ୟ ଛାତ୍ରଛାତ୍ରୀ ଓ ଗବେଷକମାନଙ୍କୁ ଗଭୀରଭାବେ ପ୍ରଭାବିତ କରିଥିଲା। ଅନ୍ୟାନ୍ୟ ବକ୍ତାମାନଙ୍କ ମଧ୍ୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଡ଼. ହିମାଂଶୁ ଶେଖର ସାମଲ ଓ ଆସ୍କା ନିରଞ୍ଜନ ମହିଳା ମହାବିଦ୍ୟାଳୟର ସହାୟକ ପ୍ରଫେସର କେ. ଓମ୍ ନାରାୟଣ ରାଓ ବିଷୟ ସଂପର୍କିତ ମୂଲ୍ୟବାନ ମତାମତ ରଖିଥିଲେ।

ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ପ୍ରଦୀପ କୁମାର ନନ୍ଦଙ୍କ ନେତୃତ୍ୱରେ ଦର୍ଶନଶାସ୍ତ୍ର ବିଭାଗର ମୁଖ୍ୟ ଡ଼. ସୁରଜ କୁମାର ସାହୁ ଓ ଅଧ୍ୟାପିକା ଶ୍ରୀମତୀ ଗୀତାଞ୍ଜଳି ଭୂୟାଁ କାର୍ଯ୍ୟକ୍ରମର ସୁଚାରୁରୂପେ ପରିଚାଳନା କରିଥିଲେ। ଉକ୍ତ ଜାତୀୟ ଡଃ ପ୍ରଫୁଲ୍ଲ କୁମାର ରଥଙ୍କ ସମତେ ଶତାଧିକ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକାଙ୍କ ସହ ଆଇକ୍ୟୁଏସସି ସଂଯୋଜକ ଉପସ୍ଥିତ ଥିଲେ। ମହାବିଦ୍ୟାଳୟ ବାହାରୁ ବହୁ ଗବେଷକ ନିଜ ଗବେଷଣା ଲେଖା ଉପସ୍ଥାପନ କରିବା ସହ ଛାତ୍ରଛାତ୍ରୀଙ୍କ ମନରେ ଥିବା ଅନେକ ପ୍ରଶ୍ନର ଉତ୍ତର ପ୍ରାଞ୍ଜଳ ଭାବେ ବୁଝାଇଥିଲେ ।ପରିଶେଷରେ ଇଂରାଜୀ ବିଭାଗର ଅଧ୍ୟାପକ ଡ଼. ପବିତ୍ର କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ମହାବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ଏବଂ ବିଭାଗୀୟ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।
