ଉଦଳା ରେ ରାଷ୍ଟ୍ରୀୟ ଏକତା ଦିବସ ପଦଯାତ୍ରା ଅଠରତାରିଖ

ଉଦଳା ତା, ୧୩/୧୧ ଲୌ ହ ମାନବ ସର୍ଦାର ବଲ୍ଲଭ ଭାଇ ପଟେଲ ୧୫୦ ତମ ଜୟନ୍ତୀ ପାଳନ ତଥା ଏକ ଭାରତ, ଆତ୍ମନିର୍ଭର ଭାରତ ଭାବନାକୁ ଜାଗ୍ରତ କରିବା ସୁସ୍ଥ, ନିରାମୟ, ଓ ନିଶାମୁକ୍ତ ବଭାରତ ଗଠନରେ ଅଂଶୀଦାର ହେବା ସହ ସ୍ୱଦେଶୀ ଚିନ୍ତା ଧରା କୁ ଆପଣେଇ ନେବା ପ୍ରପ୍ରେକ୍ଷିରେ ଆସନ୍ତା ୧୮ ତାରିଖ ରେ ଉଦଳା ଠାରେ ଏକତା ପଦଯାତ୍ରା ଆୟୋଜନ ଲାଗି ପ୍ରାକ ପ୍ରସ୍ତୁତି ବୈଠକ କପ୍ତିପଦା ଉପଖଣ୍ଡ ର ଉପ ଜିଲ୍ଲପାଳ ଙ୍କ ଅଧକ୍ଷ୍ୟତା ରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ଉଦଳା ବିଧାୟକ ଶ୍ରୀଯୁକ୍ତ ଭାସ୍କର ମଢେଇ, ଏନ, ଏ, ସି ଅଧକ୍ଷ୍ୟା ପ୍ରମିଳା ପଣ୍ଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷ୍ୟକ ହୃଷିକେଶ ନାୟକ ଉପଖଣ୍ଡ ଚିକିତ୍ସା ଅଧିକ୍ଷ କ ଡା, ଲକ୍ଷ୍ମୀକାନ୍ତ ପତି ଏନ, ଏ, ସି ଉଦଳାର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟ ରଞ୍ଜନ ଜେନା, ବି, ଜେ ପି ଜିଲ୍ଲା ସଭାପତି ନିହାର ରଞ୍ଜନ ମୋଦି, ପ୍ରମୁଖ ଯୋଗଦାନ କରିଥିଲେ l ଚଳିତ ନଭେମ୍ବର ମାସ ୧୮ତାରିଖ ସକାଳ ଆଠ ଘଣ୍ଟା ସମୟରେ ଉଦଳା ହାଇସ୍କୁଲ ପଡିଆ ରୁ ଏକତା ପଦଯାତ୍ରା ବାହାରି ଉଦଳା ବଜାର ପରିକ୍ରମା କରି ଉଦଳା ଥାନା ଦେଇ ଉଦଳା ସ୍ଥିତ ହୋଟେଲ ସିପ୍ରାନ ଇନ ଠାରେ ପହଂଚିବ l ପରେ ପରେ ସେଠାରେ ଏକ ସାଂସ୍କୃତିକ କାର୍ଯ୍ୟ କର୍ମ କରିବାର ସୂଚନା ମିଳିଛି l

Leave a Reply

Your email address will not be published. Required fields are marked *