ଜନ ଶିକ୍ଷଣ ସଂସ୍ଥାନ ମାଲକାନଗିରିଆନୁକୂଲ୍ୟରେ ପାଳିତ ହେଲା ରାଷ୍ଟ୍ରୀୟ ଏକତା ଦିବସ
ଭାରତ ସରକାରଙ୍କର ଦକ୍ଷତା ବିକାଶ ଓ ଔଦ୍ୟୋଗୀକରଣ ମନ୍ତ୍ରଣାଳୟ ତଥା ଜନ ଜାତୀୟ ମନ୍ତ୍ରଣାଳୟ ର ମିଳିତ ପ୍ରୟାସରେ ମାଲକାନଗିରି ଜିଲ୍ଲାର ସଦର ମହକୁମାଠାରେ କାର୍ଯ୍ୟରତ ଜନ ଶିକ୍ଷଣ ସଂସ୍ଥାନ ଦ୍ଵାରା ସ୍ଥାପିତ ଜନଜାତି କୌଶଳ କେନ୍ଦ୍ର ଆନୁକୁଲ୍ୟରେ ଲୌହ ମାନବ ସ୍ବର୍ଗତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ ତମ ଜୟନ୍ତୀ ଅବସରରେ ବୁଟିଗୁଡ଼ା ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି।ଲାଇଭଲିହୁଡ୍ ଅଫିସର ଜ୍ୟୋତିରଞ୍ଜନ ପାଣିଗ୍ରାହୀ ଙ୍କ ସମେତ , ମୁଖ୍ୟବକ୍ତା ଭାବେ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟାପକ ଡ଼ଃ.ସରୋଜ କୁମାର ଦାଶ ଓ ଅତିଥି ଭାବେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଖଣ୍ଡପ।ଣି , ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରତିମା ନାୟକ,ଶ୍ରୀ ଯୁକ୍ତ ଶଙ୍କର କ୍ଷିତି ଯୋଗଦେଇ ସର୍ଦ୍ଦାର ପଟେଲଙ୍କର ସ୍ମୃତି ଚାରଣ କରିବା ସହ ଏହି ଏକତା ଦିବସ ପାଳନ

କରିବା ର ଗୁରୁତ୍ୱ ଉପରେ ସବିଶେଷ ଆଲୋଚନା କରିଥିଲେ।ଛାତ୍ର ଛାତ୍ରୀ ମାନଂକ ମଧ୍ୟରେ “ଏକ ଭାରତ , ଶ୍ରେଷ୍ଠ ଭାରତ “ଶୀର୍ଷକ ରଏକ ପ୍ରବନ୍ଧ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀ ମନଙ୍କୁ ଅଥିତି ମାନଙ୍କ ଦ୍ଵାରା ପୁରସ୍କୃତ କରାଯ।ଇଥିଲା।[ପରିଶେଷରେ ପ୍ରୋଗ୍ରାମ ଅଫିସର୍ ଶ୍ରୀଯୁକ୍ତ ଶିବର।ମ୍ ସ୍ୱାଇଁ ଜାତୀୟ ମହ।ମନବ ଙ୍କଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ଛାତ୍ର ଛାତ୍ରୀ ମାନଂଙ୍କୁ ପ୍ରେରଣା ଦେବା ସହ ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
