ଜାତୀୟ ମତଦାତା ଦିବସ ପାଳନ ଓ ଆଇନ୍ ସଚେତନତା ସଭା।
ଯାଜପୁର ତା୨୫.୦୧ ଯାଜପୁର ଜିଲ୍ଲା ଦୌରାଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଧିକରଣ ପକ୍ଷରୁ ବିରଜା ଆଇନ୍ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷ ରେ ଜାତୀୟ ମତଦାତା ଦିବସ ପାଳନ କରାଯାଇଥିଲା। ଆଇନ୍ ସଚେତନତା ସଭାରେ ପ୍ରାଧିକରଣ ସଚୀବ ନେହା ଅଗ୍ରଓ୍ବାଲ୍ ଅଧ୍ୟକ୍ଷତା କରି ଯୌନଉତ୍ପୀଡନ,ନିବାରଣ,ନିଷେଧ,ଓ ସମାଧାନ ବିଷୟରେ ଆଲୋଚନା କରିଥିବା ବେଳେ ଅତିଥି ଆଲୋଚକ ଭାବେ ଯୋଗ ଦେଇ ସିଭିଲ୍ କୋର୍ଟ ରେଜିଷ୍ଟାର ମାନସ ରଞ୍ଜନ ସାମନ୍ତରାୟ ,ଏସ୍ ଡି ଜେ ଏମ୍ ସୁମିତ୍ରା ବିଶ୍ବାଳ ,ଜେ ଏମ୍ ଏଫ୍ ସି ଅଂଶୁମାନ ରଥ ପ୍ରାଧିକରଣ ପ୍ରାକ୍ତନ ସଦସ୍ୟ ଡ଼ ରୁଦ୍ରନାରାୟଣ ପୃଷ୍ଟି ଅଧ୍ୟାପକ ସୌମ୍ୟ ରଞ୍ଜନ ଦାଶ ପ୍ରମୁଖ ଯୋଗ ଦେଇ ଯଥାକ୍ରମେ ପରିବେଶଗତ ଆଇନ ଆଜିର ସଂରକ୍ଷଣ ଆସନ୍ତାକାଲିର ସମୃଦ୍ଧ ସୁରକ୍ଷା ,ଭାରତୀୟ ନାଗରିକ ଙ୍କ ମୋୖଳିକ ଅଧିକାର ଓ କର୍ତ୍ତବ୍ୟ ସହିତ ମତଦାତା ଦିବସର ମହତ୍ତ୍ଵ ,ଚଳିତ ବର୍ଷର ଥିମ୍ ବା ଅନୁଚିନ୍ତା ମୋ ଭାରତ ମୋ ମତଦାନ ବିଷୟ ରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ସୁଦର୍ଶନ ବେହେରା ସୂଚନା ଓ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ମହେଶ୍ଵେତା ଉପାଧ୍ୟାୟ ଧନ୍ୟବାଦ ଦେଇଥିଲେ।ପ୍ରାରମ୍ଭରେ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାତୃଵନ୍ଦନା ବନ୍ଦେ ଉତ୍କଳ ଜନନୀ ଗାନ କରିବା ସହ ସଂଖ୍ୟକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ। ପ୍ରାଧିକରଣ କର୍ମଚାରୀ ଓ ମହାଵିଦ୍ୟାଳୟ ଅଧ୍ୟାପକ ଶିକ୍ଷାକର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
