ପ୍ରତାପପୁର ଆର.ଟି.ହାଇସ୍କୁଲ ରେ ଜାତୀୟ ସମର ଶିକ୍ଷାର୍ଥୀ ପ୍ରତିଷ୍ଠା ଦିବସ ପାଳିତ

ଗଞ୍ଜାମ ଜିଲ୍ଲା-ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁରସ୍ଥିତ ଆର୍. ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୮ ତମ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ.ସି.ସି)ର ପ୍ରତିଷ୍ଠା ଦିବସ ମହା ଆଡମ୍ବରରେ ଏନସିସି ଅଫିସର କାଳୁ ଚରଣ ମହାଙ୍କୁଡଙ୍କ ପୌରୋହିତ୍ୟରେ ପାଳିତ ହୋଇଯାଇଛି |ଏହି ଅବସରରେ ବିଦ୍ୟାଳୟର ଏନସିସି ଅଫିସର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ( ଏନ. ସି.ସି )ର ପତାକା ଉତ୍ତୋଳନ କରିବା ସହ ସମର ଶିକ୍ଷାର୍ଥୀ ବାହିନୀଙ୍କ ଅଭିବାଦନ ଗ୍ରହଣ କରିଥିଲେ କାର୍ଯ୍ୟକ୍ରମ ଅବସରରେ ସେ ସମର ଶିକ୍ଷାର୍ଥୀଙ୍କ ଭୂମିକା ସମ୍ପର୍କରେ ଉଲ୍ଲେଖ କରିବା ସହ ବିଦ୍ୟାଳୟର ଏନ.ସି.ସି ୟୁନିଟ ଓଡ଼ିଶାର ସର୍ବପୁରାତନ ତଥା ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ଏହା ପ୍ରଥମ ସ୍ଥାପିତ ୟୁନିଟ ଯେଉଁଠାରେ ୧୦୦ କ୍ୟାଡଟେ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ପ୍ରଦାନ କରାଇଥିବାବେଳେ କ୍ୟାଡେଟ ମାନେ ଦେଶଗଠନ,ଶୃଙ୍ଖଳିତ ଆଚରଣ ଓ ଉଚ୍ଚାରଣରେ ସମର ଶିକ୍ଷାର୍ଥୀ ବାହିନୀଙ୍କ ଅଗ୍ରଗଣ୍ୟ ଭୂମିକା ଉପରେ ଆଲୋକପାତ କରିଥିଲେ, ଏହା ସହ ଏନ.ସି.ସି ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ଅବସରରେ ସମର ଶିକ୍ଷାର୍ଥୀ ବାହିନୀଙ୍କ ଦ୍ୱାରା ଶେଷରେ ବିଭିନ୍ନ ପ୍ରକାର ଯୁଦ୍ଧ କୌଶଳ ପ୍ରଦର୍ଶନ କରାଯାଇଥିଲା। ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶତାଧିକ ସମର ଶିକ୍ଷାର୍ଥୀ ବାହିନୀ ଅଂଶଗ୍ରହଣ କରିବା ସହ ଦେଶ ମାତୃକାର ମହାନ ଗାଥା ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *