ଜାତୀୟ ଯୁବ ଦିବସ

ସ୍ବାମୀ ବିବେକାନନ୍ଦ ଙ୍କ ଜନ୍ମଦିନ ତଥା ଜାତୀୟ ଯୁବ ଦିବସ ସ୍ଥାନୀୟ ସମୁଦ୍ରକୂଳ ଦିଗ ବାରିଣି ଥରେ ଥିବା ବିବେକାନନ୍ଦ ଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଭାରତ ବିକାଶ ପରିଷଦ ତରଫରୁ ମହା ସମାରୋହରେ ପାଳିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଶରତ ଚନ୍ଦ୍ର ବେହେରା ସ୍ୱାମୀଜୀ ଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଯୁବ ପିଢୀ ଙ୍କୁ ଏକ ସୁସ୍ଥ ସମୃଦ୍ଧ ବିକଶିତ ଭାରତ ବର୍ଷ ଗଠନରେ ବ୍ରତୀ ହେବାକୁ ଆହ୍ବାନ ଦେଇଥିଲେ ।ମୁଖ୍ୟ ବକ୍ତା ରୂପେ ସୂଚନା ଲୋକସମ୍ପର୍କ ଉପନିର୍ଦେଶକ ଶ୍ରୀଯୁକ୍ତ ସନ୍ତୋଷ କୁମାର ସେଠୀ ଯୋଗ ଦେଇ ବିପଥ ଗାମୀ ହେଉଥିବା ଯୁବ ସମାଜ କୁ ବିବେକାନନ୍ଦ ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ। ଭାରତ ବିକାଶ ପରିଷଦ ର ସାଧାରଣ ସମ୍ପାଦକ ସନ୍ତୋଷ କୁମାର ମହାନ୍ତି ସ୍ୱାମୀଜୀ ଙ୍କ ଦର୍ଶନ ତଥା ଆଦର୍ଶରେ ପ୍ରତିଷ୍ଠିତ ଭାରତ ବିକାଶ ପରିଷଦ ର ଲକ୍ଷ୍ୟ ଏବଂ ଉଦ୍ୟେଶ କଥା ପ୍ରକାଶ କରିଥିଲେ। ପ୍ରାତଃ ସମୟରେ ପରିଷଦ ତରଫରୁ ସମୁଦ୍ରକୂଳ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବେଦ କର୍ମକାଣ୍ଡ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ସ୍ୱଦେଶୀ ଜାଗରଣ ମଞ୍ଚ ଏବଂ ଅନ୍ୟାନ୍ୟ ସଂଗଠନ ସାମିଲ ହୋଇଥିଲେ ।ଭାରତ ବିକାଶ ତରଫରୁ ଉପାଧ୍ୟକ୍ଷ ବୁଦ୍ଧଦେବ ମହାପାତ୍ର, କ୍ଷେତ୍ରୀୟ ମହାସଚିବ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ, ପଦ୍ମ ଲାଭ ପଣ୍ଡା , ସୁ ପ୍ରି ତି ରଥ, ମୀରା ମହାରଣା, କିଶୋର ପାତ୍ର, କିଶୋର ପଟ୍ଟନାୟକ, ପିତାମ୍ବର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ପ୍ରାନ୍ତୀୟ ସଚିବ ସୌମେନ୍ଦ୍ର ଦାସ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *