ରାଷ୍ଟ୍ରୀୟ ଯୁବ ଦିବସ ଓ ଆଇନ୍ ସଚେତନତା ସଭା ଅନୁଷ୍ଠିତ

ଯାଜପୁର, ୧୭/୦୧/୨୬: ଯାଜପୁର ଜିଲ୍ଲା ଦୌରାଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦଙ୍କ ନିର୍ଦ୍ଦେଶକ୍ରମେ ପ୍ରାଧିକରଣ ପକ୍ଷରୁ ଯାଜପୁର ମୁଖ୍ୟ ଦପ୍ତରରେ ଥିବା ବିରଜା ମହିଳା ମହାବିଦ୍ୟାଳୟ ପରିସରରେ ଜାନୁଆରୀ ୧୩ ତାରିଖରେ ରାଷ୍ଟ୍ରୀୟ ଯୁବ ଦିବସ ପାଳନ ସହିତ ଆଇନ୍ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରାଧିକରଣ ପ୍ରାକ୍ତନ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଡ଼. ରୁଦ୍ରନାରାୟଣ ପୃଷ୍ଟି ଅଧ୍ୟକ୍ଷତା କରିଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୌର ସୁନ୍ଦର ଦାସ, ମୁଖ୍ୟ ବିବାହ ସୁରକ୍ଷା ଅଧିକାରୀ ସୁନନ୍ଦା ଦାସ ଓ ଆଡଭୋକେଟ୍ କୁଳମଣି ନାୟକ ପ୍ରମୁଖ ଅତିଥି ଆଲୋଚକ ଭାବେ ଯୋଗଦେଇ ସ୍ଵାମୀ ବିବେକାନନ୍ଦଙ୍କ ଜୀବନ ଦର୍ଶନ ସହିତ ବାଲ୍ୟବିବାହ ନିରୋଧ ଆଇନ ୨୦୦୬ ଏବଂ ମାଦକ ଦ୍ରବ୍ୟ ସେବନର ଭୟାଭୟ ପରିଣତି ଓ ନିଶାମୁକ୍ତ ଭାରତ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ମହାବିଦ୍ୟାଳୟ ଅଧ୍ୟାପିକା ବୃନ୍ଦ ଓ ଛାତ୍ରୀମାନେ ଯୋଗଦେଇଥିଲେ । ଠିକ୍ ଦିନ ଏଗାରଟାରେ ଉପସ୍ଥିତ ମହାବିଦ୍ୟାଳୟର ଛାତ୍ରୀ ଓ ଅନ୍ୟମାନେ ସମୂହ ବନ୍ଦେ ମାତରମ୍ ଗାନ କରିଥିଲେ । ଅଧ୍ୟକ୍ଷ ସମସ୍ତଙ୍କୁ ସ୍ଵଦେଶୀ ସଂକଳ୍ପ ପତ୍ର ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଧିକରଣ ଓ ମହାବିଦ୍ୟାଳୟ କର୍ମଚାରୀମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *