ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ଯୁବ ଦିବସ
ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ପରମାନନ୍ଦପୁର,ବା ତୋ ରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛିଯୁବ ରେଡକ୍ରସ୍ ର ପରାମର୍ଶ ଦାତା ଅଧ୍ୟାପିକା ନିବେଦିତା ପଣ୍ଡା ଏହି ଦିବସ ପାଳନ ର ଉଦ୍ଦେଶ୍ୟ ସମ୍ପର୍କ ରେ ଆଲୋଚନା କରିଥିଲେସମ୍ମାନିତ ଅତିଥି ଭାବେ ଅଧ୍ୟାପକ ପ୍ରଫୁଲ୍ଲ ଚନ୍ଦ୍ର ସାହୁ,ପ୍ରଭାସ ନନ୍ଦନ ରାଉତ,ଅଧ୍ୟାପିକା ସୁନୁ ଲତା ଘଡେ଼ଇ,ଶିଳ୍ପା ପଣ୍ଡା,ରମାକାନ୍ତ ମହାନ୍ତି ପ୍ରମୁଖ ଯୋଗ ଦେଇ ସ୍ବାମୀ ବିବେକା ନନ୍ଦ ଙ୍କ ଜୀବନୀ ଓ ବାଣୀ ସମ୍ବନ୍ଧ ରେ ଆଲୋଚନା କରିବା ସହିତ ଜାତୀୟ ଯୁବ ଦିବସ ପାଳନ ର ଯଥାର୍ଥତା ଉପରେ ଆଲୋଚନା କରିଥିଲେଆଦ୍ୟାସା ସାହୁ,ଲକ୍ଷ୍ମୀପ୍ରିୟା ଜେନା,ଶୁଭଙ୍କର ବ ରାଳ,ସୁନୀତା ଜେନା କାର୍ଯକ୍ରମ ପରିଚାଳନା କରିଥିଲେଯୁବ ରେଡକ୍ରସ୍ ର ସମସ୍ତ ସ୍ବେଛାସେବୀ ଓ ଛାତ୍ର ଛାତ୍ରୀ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l
