ଅଦାଲତ ପରିସରରେ ଜାତୀୟ ଯୁବ ଦିବସ ପାଳିତ !

ଆଠମଲ୍ଲିକ:- ୧୩/୦୧() ଆଠମଲ୍ଲିକ ସିଭିଲ ଅଦାଲତ ପରିସରରେ ତାଲୁକ ଆଇନ ସେବା କମିଟି ପକ୍ଷରୁ ସୋମବାର ଜାତୀୟ ଦେ ଯୁବ ଦିବସ ପାଳିତ ହୋଇଯାଇଛି ! ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଶ୍ରୀ ରଞ୍ଜନ କୁମାର ସୁତାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ଯୁବ ଦିବସ ପାଳନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ !ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଜୟନ୍ତୀକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଉଥିବା ଉଲ୍ଲେଖ କରି ସେ କହିଥିଲେ, ବିଶ୍ୱର ଯୁବଶକ୍ତି ସଶକ୍ତ ହେଲେ ଏକ ଶୃଙ୍ଖଳିତ ଓ ସୁସଂସ୍କୃତ ବିଶ୍ୱ ଗଠନ ସମ୍ଭବ ! “ନିଜକୁ ପ୍ରଜ୍ୱଳିତ କରି ବିଶ୍ୱକୁ ଆଲୋକିତ କର” ବୋଲି ସ୍ୱାମୀ ବିବେକାନନ୍ଦ ଯୁବପୀଢ଼ିକୁ ଯେ ଆହ୍ୱାନ ଦେଇଥିଲେ, ସେହି ବାର୍ତ୍ତା ଯଦି ଯୁବକ-ଯୁବତୀଙ୍କ ମନରେ ଗାଢ଼ ହୁଏ, ତେବେ ସମାଜ ନିଶ୍ଚୟ ଶୃଙ୍ଖଳିତ ହେବ ବୋଲି ସେ ମତ ପ୍ରକାଶ କରିଥିଲେ !କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଏସଡିଜେଏମ ଶ୍ରୀ ସିଙ୍କୁନ ରାୟ, ଆଠମଲ୍ଲିକ ଓକିଲ ସଂଘର ସମ୍ପାଦକ, ବରିଷ୍ଠ ଆଇନଜୀବୀ ଓ କ୍ରିମିନାଲ କୋର୍ଟ ବାରର ସଭାପତି ପ୍ରମୁଖ ଯୋଗଦେଇ ନିଜ ନିଜ ମତ ଉପସ୍ଥାପନ କରିଥିଲେ ! ଅନ୍ୟମାନଙ୍କ ମଧ୍ୟରେ ବହୁ ଆଇନଜୀବୀ, ଅଦାଲତ କର୍ମଚାରୀ, ତାଲୁକ ଆଇନ ସେବା କମିଟିର ସମ୍ପାଦକ ଶ୍ରୀ ଅମିତ କୁମାର ନାୟକ, ସହାୟକ ଶ୍ରୀ ସିଦ୍ଧାର୍ଥ ମହାନ୍ତି ଓ ଶ୍ରୀ ଗୋବିନ୍ଦ ମାର୍ଣ୍ଡି ଉପସ୍ଥିତ ଥିଲେ !

Leave a Reply

Your email address will not be published. Required fields are marked *