ଜାତୀୟ ଯୁବ ଦିବସ ପାଳନ ଅବସରରେ ଉଦଳା ଠାରେ ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ’ର ସମୂହ ଗାନ ଏବଂ ସ୍ଵଦେଶୀ ସଂକଳ୍ପ ପତ୍ର ପାଠ

ଉଦଳା ତା. . ୧ ୨/୦୧ – କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ,ଓଡିଶା ତଥା ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ରଚିତ ଭାରତର ରାଷ୍ଟ୍ରୀୟ ଗୀତ“ବନ୍ଦେ ମାତରମ’ର ସାମୁହିକ ଗାନ କାର୍ଯ୍ୟକ୍ରମ ଆଜି ଉପଜିଲ୍ଲାପାଳ, କପ୍ତିପଦା, ଉଦଳାଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି । ୭ ନଭେମ୍ବର ୨୦୨୫ ଠାରୁ ୭ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ବର୍ଷ ବ୍ୟାପୀ ଉକ୍ତ ରାଷ୍ଟ୍ରୀୟ ଗୀତର ୧୫୦ ତମ ବାର୍ଷିକ ଉତ୍ସବ ପାଳନ କରାଯାଉଥିବା ବେଳେ ଆଜି ସ୍ଵାମୀ ବିବେକାନନ୍ଦଙ୍କ ଜନ୍ମଦିନ ତଥା ଜାତୀୟ ଯୁବ ଦିବସ ପାଳନ ପରିପ୍ରେକ୍ଷୀରେ ଆଜିର କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ କପ୍ତିପଦା, ଉଦଳା, ସୁଶାନ୍ତ କୁମାର ବାରିକଙ୍କ ଅଧ୍ଯକ୍ଷତାରେ

ଅନୁଷ୍ଠିତ ହୋଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧୁକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଭାବ ପୂର୍ଣରାଷ୍ଟ୍ରୀୟ ବନ୍ଦନାକୁ ସସମ୍ମାନେ ସମୂହ ଭାବେ ଗାନ କରିଥିଲେ । ତତ୍‌ପରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନ ଉପସ୍ଥିତ ଅଧୁକାରୀ ଓ କର୍ମଚାରୀମାନଙ୍କୁ ଆତ୍ମନିର୍ଭର ଭାରତ ଗଠନ ନେଇ ସ୍ଵଦେଶୀ ସଂକଳ୍ପ ପତ୍ର ଶପଥ ପାଠ କରାଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଡେପୁଟି କଲେକ୍ଟର ପ୍ରତୀକ୍ କୁମାର ପଣ୍ଡା ସକ୍ରିୟ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *