ଜାତୀୟ ଯୁବ ସଂସଦ କାର୍ଯ୍ୟକ୍ରମର ଦ୍ବିତୀୟ ଦିବସ
ଜାତୀୟ ଯୁବ ସଂସଦ କାର୍ଯ୍ୟକ୍ରମର ଦ୍ବିତୀୟ ଦିବସ।
ଅପରେସନ ସିନ୍ଦୂର ସଫଳତା ସମ୍ପର୍କୀତ ଶୋଭାଯାତ୍ରା ।
କୋଣାର୍କ – ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ଯାତ୍ରୀ ନିବାସ ବାଙ୍କୁଏଟ ହଲ ଠାରେ ଆୟୋଜିତ ହେଉଥିବା ଜାତୀୟ ଯୁବ ସଂସଦ କାର୍ଯ୍ୟକ୍ରମର ଆଜି ଥିଲା ଦ୍ଵିତୀୟ ଦିବସ। ବୁଧବାର ପୂର୍ବାହ୍ନ ସମୟରେ ଅଗ୍ରଣୀ ସାମାଜିକ ସଂଗଠନ ପ୍ରୋଜେକ୍ଟ ପଏଣ୍ଟ ଓ ୟଙ୍ଗ ଇଣ୍ଡିଆ ମିଳିତ ଆନୁକୁଲ୍ୟରେ ଜାତୀୟ ଯୁବ ସଂସଦ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଭାରତବର୍ଷର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ୮୧ ଜଣ ଯୁବ ସଂସଦ ପ୍ରତିନିଧି ମାନଙ୍କୁ ନେଇ ଭାରତ ବର୍ଷର ଅଖଣ୍ଡତା, ସାର୍ବଭୌମତ୍ବ ଓ ସର୍ବପରି ଅପରେସନ ସିନ୍ଦୂର ରେ ଭାରତୀୟ ସେନା ବାହିନୀର ଅଭ୍ଭୁତ ପୂର୍ବ ସଫଳତା ପରିପ୍ରେକ୍ଷୀରେ ଏକ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସଚେତନତା ଶୋଭାଯାତ୍ରା କୋଣାର୍କ ଯାତ୍ରୀ ନିବାସ ଠାରୁ ବାହାରି ଓଡ଼ିଆ ଜାତିର ଗର୍ବ ଓ ଗୌରବ ବିଶ୍ବ ଐତିହ୍ୟ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ସହ ଭାରତୀୟ ସେନାର ଅପରେସନ ସିନ୍ଦୂର ସମ୍ପର୍କରେ ସ୍ଲୋଗାନ ମାନ ଦେଇଥିଲେ।ଜାତୀୟ ଯୁବ ସଂସଦ କାର୍ଯ୍ୟକ୍ରମର ଦ୍ବିତୀୟ ଦିବସରେ ଅତିଥି ଭାବରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ଯୁବ ପରିବେଶବିତ ସୌମ୍ୟ ରଞ୍ଜନ ବିଶ୍ଵାଳ, ବସନ୍ତ ମଞ୍ଜୁରୀ ପାଠାଗାରର ସଂପାଦକ ତଥା ସମାଜସେବୀ ରାମକୃଷ୍ଣ ମହାନ୍ତି, ରେଡ଼ିଓ ନମସ୍କାର ଅଧ୍ୟକ୍ଷ ଏନଏ ଶାହା ଅନସାରୀ, ପରିବେଶବିତ ସତ୍ଯବ୍ରତ ସାମଲ, ପ୍ରୋଜେକ୍ଟ ପଏଣ୍ଟର ଅଧ୍ୟକ୍ଷ ସଂଗ୍ରାମ କେଶରୀ ସାମନ୍ତରାୟ ଓ କୋଣାର୍କ ସାହିତ୍ୟ ସଂସଦର ସମ୍ପାଦକ ତଥା ଶିକ୍ଷାବିତ ରବିନ୍ଦ୍ର ନାଥ ବାହିନୀପତି ପ୍ରମୁଖ ଯୋଗଦେଇ ଭାରତ ବର୍ଷର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ଯୁବ ସଂସଦ ପ୍ରତିନିଧି ମାନଙ୍କୁ ଉତ୍ସାହିତ କରିବା ସହିତ ବିକଶିତ ଓଡିଶା ଓ ବିକଶିତ ଭାରତ ଗଠନରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ। ସାମ୍ପ୍ରତିକ ସମୟରେ ସୁସ୍ଥ ପରିବେଶ ଗଠନ ଦିଗରେ ଜଳବାୟୁ ପରିବର୍ତ୍ତନ ଦିଗରେ କାର୍ଯ୍ୟ କରି ସୁସ୍ଥ ସମାଜ ଗଠନ ଦିଗରେ ସାମୁହିକ ପ୍ରଚେଷ୍ଟା ଜରୁରୀ। ଏହି ପରିପ୍ରେକ୍ଷୀରେ ଜାତୀୟ ଯୁବ ସଂସଦ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଭାରତ ବର୍ଷର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଯୁବ ପ୍ରତିନିଧି ମାନଙ୍କୁ ନେଇ ସାମ୍ପ୍ରତିକ ସମୟରେ ଜଳବାୟୁ ପରିବର୍ତ୍ତନ ଦିଗରେ ସୃଷ୍ଟି ହେଉଥିବା ବିଭିନ୍ନ ପ୍ରତିବନ୍ଧକ ଦୂର କରିବା ପାଇଁ ସାମୁହିକ ପ୍ରଚେଷ୍ଟା ଜାରି ରଖିବା ପାଇଁ ଯୁବ ପରିବେଶବିତ ସୌମ୍ୟ ରଞ୍ଜନ ବିଶ୍ଵାଳ ପ୍ରତିଯୋଗୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ଜାତୀୟ ଯୁବ ସଂସଦର ପ୍ରତିଯୋଗୀ ମାନେ ଜଳବାୟୁ ପରିବର୍ତ୍ତନ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ସାମୁହିକ ଶପଥ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିକ୍ରମ ସାମନ୍ତରାୟ, ନିରଞ୍ଜନ ତ୍ରିପାଠୀ, ଭାଗୀରଥୀ ପାଇକରାୟ, ଆଭାସ ମୁଦୁଲି, ସୁଭଦ୍ରା ସାହୁ, ଅଭିନୀତ ସ୍ୱାଇଁ, ରାକେଶ ମଲ୍ଲିକ, ରାଜଶ୍ରୀ ନାଥ ଓ ପିନାକୀ ପ୍ରସାଦ ନାୟକ ପ୍ରମୁଖ ପରିଚାଳନା କରିଥିଲେ।
