ପ୍ରାକ୍ରୃତିକ ବିପର୍ଯ୍ୟୟ ମୁକାବିଲା ଓ ପ୍ରାଥମିକ ଚିକିତ୍ସା କର୍ମଶାଳା
ଖୋର୍ଦ୍ଧା ଜିଲ୍ଲା( 20/12)ବାଣପୁର ସ୍ଥିତ ଗ୍ରାମୀଣ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରାକ୍ରୃତିକ ବିପର୍ଯ୍ୟୟ ମୁକାବିଲା ଓ ପ୍ରାଥମିକ ଚିକିତ୍ସା ସମ୍ବନ୍ଧୀୟ ଏକ କର୍ମଶାଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଅଧ୍ୟକ୍ଷା ଶ୍ରୀମତୀ ରଶ୍ମିତା ମହାନ୍ତି ଉଦଘାଟନ କରିଥିଲେ।

ସମ୍ବଳ ପ୍ରଶିକ୍ଷକ ଭାବେ ସେଣ୍ଟ ଜନ୍ ଆମ୍ବୁଲାନ୍ସ ର ଆଜୀବନ ସଭ୍ୟ ଅନନ୍ତ ଚରଣ ଖଟେଇ, କଲ୍ୟାଣ ସ୍ଵାସ୍ଥ୍ୟ ସଂଗଠନ ର ସମ୍ପାଦକ ରଙ୍କ ନାଥ ସେଠି, ବାଣପୁର ଅଗ୍ନି ଶମ ସଂସ୍ଥା ର ଆଗ୍ନିକ ଅଧିକାରୀ ବିବେକାନନ୍ଦ ଦାଶ, ଖୋର୍ଦ୍ଧା ଅଗ୍ନି ନିରାପତ୍ତା ଯନ୍ତ୍ରୀ ସୁରେଶ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଛାତ୍ରୀମାନଙ୍କୁ ବିଭିନ୍ନ ଦୁର୍ଘଟଣା ଜନିତ ପ୍ରାଥମିକ ଚିକିତ୍ସା, କିଶୋରୀ ମାନଙ୍କ ସ୍ଵାସ୍ଥ୍ୟ ଓ ମାନସିକ ଧର୍ମ ଜନିତ ପରିଛନ୍ନତା, ବଜ୍ରପାତ, ଅଗ୍ନି କାଣ୍ଡ,ସାପ କାମୁଡା ଜନିତ ପ୍ରତିରୋଧ ବ୍ୟବସ୍ଥା ଉପରେ ବିଶଦ ଭାବରେ ଆଲୋଚନା ରଖିଥିଲେ। ଏହି କାର୍ଯ୍ୟକ୍ରମ କୁ ସାମାଜିକ ନୋଡାଲ୍ ଅଧିକାରୀ ଅଧ୍ୟାପକ ମନୋଜ କୁମାର ମହାପାତ୍ର, ଅଧ୍ୟାପକ ସର୍ବେଶ୍ଵର ଷଡ଼ଙ୍ଗୀ,ପ୍ରଶାନ୍ତ କୁମାର ଦାଶ ପ୍ରମୁଖ ପରିଚାଳନା କରିଥିବା ବେଳେ ବାଣପୁର ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ, ବାଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଵିଶେଷ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ଥିଲେ।
ଚିଲିକାରୁ ବିରଞ୍ଚି ନାରାୟଣ ପ୍ରଧାନ
