ପ୍ରକୃତିର ବରଦାନ ଚିଲିକା ଏହାର ହାନି କରିବାରେ ମଣିଷର କୌଣସି ଅଧିକାର ନାହିଁ।
ନୀଳାମ୍ବୁ ଚିଲିକାକୁ ଭବିଷ୍ୟତ ବଂଶଧର ପାଇଁ ସୁରକ୍ଷିତରଖିବାକୁ ହେବ।ଅଲିଭ ରିଡଲେ ସୁରକ୍ଷିତ ଅଣ୍ଡାଦାନ ନିମନ୍ତେ ଛାତ୍ରଛାତ୍ରୀଙ୍କ ବେଳାଭୂମି( ମହୋଦଧି)ରୁ ପ୍ଲାଷ୍ଟିକ ସଫେଇ ।ପ୍ରକୃତି ପରିବେଶ ସଚେତନତା ନିମନ୍ତେ ରାଜହଂସ ଦୀପରେ ପ୍ରକୃତି ଶିବିର। ବ୍ରହ୍ମଗିରି ୩୦/୦୧; ହରିଶ୍ବରଦେବ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ଯାଳୟର ଇକୋକ୍ଳବ ତରଫରୁ ଏକ ପ୍ରକୃତି ଶିବିର (ନେଚର କ୍ଯାମ୍ପ) ଅନୁଷ୍ଠିତ ହୋଇଯାଇଛି। ଚିଲିକା – ରାଜହଂସ ଦୀପ ରେ ଆୟୋଜିତ ଏହି କ୍ଯାମ୍ପରେ ବିଦ୍ଯାଳୟର ୬୫ ଜଣ ଛାତ୍ରଛାତ୍ରୀ ଭାଗନେଇଥିଲେ। ପ୍ରକୃତି, ପରିବେଶ, ଜୈବବିବିଧତା, ଚିଲିକା, ବେଳାଭୂଇଁ, ଜଙ୍ଗଲ ସୁରକ୍ଷା ସଂପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସକାଳ ସମୟରେ ସମସ୍ତ ପିଲା ବେଳାଭୂମି( ମହୋଦଧି) ଯାଇ ପ୍ରାୟ ୫ କିମି ବେଳାଭୂମିରୁ ପ୍ଲାଷ୍ଟିକ ଆବର୍ଜନା ସଫା କରିଥିଲେ। ଏହି ପନ୍ତାକୁ ଆସୁଥିବା ବିରଳ ପ୍ରଜାତି ଅଲିରିଡଲେ କଇଁଛର ସୁରକ୍ଷିତ ଅଣ୍ଡାଦାନ ନିମନ୍ତେ ବେଳାଭୂମିର ସୁରକ୍ଷା ଆବଶ୍ୟକ ଅଟେ। ବେଳାଭୂମିରେ ବାହାର ଦେଶର ଆବର୍ଜନା ପ୍ଲାଷ୍ଟିକ ପଡିଥିବା ଦେଖି ପିଲାମାନେ ଚକିତ ହୋଇଥିଲେ। ନୀଳାମ୍ବୁ ଚିଲିକାରେ ନୌବହର କରିବା ସମୟରେ ପିଲାମାନେ ବିଦେଶୀ ପକ୍ଷୀ , ଇରାଓଡି ଡଲଫିନ ମାନଙ୍କ ଖେଳିବା ସନ୍ଦର୍ଶନ କରିଥିଲେ। ଚିଲିକାର ଐତିହ୍ଯ, ଜୈବବିଧତାର ସଂପର୍କରେ ପିଲାମାନଙ୍କୁ ବିଶେଷଜ୍ଞମାନେ ବୁଝାଇ ଥିଲେ। ବିଦେଶୀ ପକ୍ଷୀ ଏବଂ ଡଲଫିନ୍ ର କୌଣସି ନକରି ସୁରକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଶପଥ ନେଇଥିଲେ। ଜଙ୍ଗଲ ପରିଦର୍ଶନରେ ଯାଇ ପିଲାମାନେ ବିଭିନ୍ନ ବୃକ୍ଷ ଲତା ଦେଖିଥିଲେ। ଅନେକ ବୃକ୍ଷ ଲତାର ବଂଶ ବିଲୁପ୍ତ ହେଲାଣି। ଅନେକ ଲୋପ ପାଇଲାଣି। ଉଦ୍ଭିଦ ବିଜ୍ଞାନ ବିଶେଷଜ୍ଞ ପ୍ରଧ୍ଯାପକ ଶ୍ରୀ ପଦୀପ୍ତ କୁମାର ସ୍ବାଇଁ ବିଭିନ୍ନ ଗଛର ସଂରଚନା ଉପାଦେୟତା ସଂପର୍କିତ ତଥ୍ଯ ଦେଇ ବୃକ୍ଷ ର ଉପକାରିତା ସଂପର୍କରେ ବୁଝାଇ ଥିଲେ। ସବୁଜିମା ଭରା ଜଙ୍ଗଲ ମଧ୍ଯରେ ପାଦପ ଛାୟାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ସ୍ବାଇଁ ଅଧ୍ୟକ୍ଷତା କରିଥିଲେ। ବିଦ୍ୟାର୍ଥୀମାନେ ତାଙ୍କର ମତ ରଖି କହିଥିଲେ ଏ ନୀଳାମ୍ବୁ ଚିଲିକା ହେଉଛି ପ୍ରକୃତିର ଦାନ। ଏହାର କାୟା , ପରିବେଶ, ଜୈବବିଧତା ଅନେକ ହ୍ରାସ ପାଉଛି। ମଣିଷର ସ୍ବାର୍ଥ ପରତା ଗୁଣ ଚିଲିକା ପାଇଁ ବାଧକ ହେଉଛି। ଏ ଜୀବନ୍ତ ଚିଲିକାକୁ ମରଣ ମୁଖକୁ ଠେଲି ଦିଆଯାଉଛି।

ପ୍ରକୃତିର ଦିବ୍ଯ ବରଦାନ ଏହି ଚିଲିକାର ହାନି କରିବା ମଣିଷ କିମ୍ବା ସରକାରଙ୍କ ନାହିଁ। ଏ ଚିଲିକା କିପରି ଭବିଷ୍ୟତ ପାଇଁ ସୁରକ୍ଷିତ ରହିବ ତାହା ସରକାର ଧ୍ଯାନ ଦେବା ଦରକାର। ଜଙ୍ଗଲରେ ଦେଖାଦେଉଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ ଏବଂ ବନ୍ଯ ପ୍ରାଣୀ ପ୍ରାୟ କମି ଗଲେଣି। ଅନେକ ପ୍ରଜାତି ବିଲୁପ୍ତ ହେଲେଣି। ଏମାନେ ପ୍ରକୃତି ପରିବେଶର ଅଙ୍ଗ ସଦୃଶ। ସ୍ଥାନୀୟ ବ୍ଯକ୍ତି କହିବା ଅନୁଯାଇ ବିଶେଷକରି ଏହି ଜଙ୍ଗଲ ଅଞ୍ଚଳରେ ଦେଖାଯାଉଥିବା କେତେ ଗଛ କେନ୍ଦୁ, ପାଳଧୂଆ,ଜେୟୁଟ,ଜୟନ୍ତ, ସୀତାଫଳ, ଆଛୁ, ସତିଆ ଆମ୍ବ, ପାଣି ଆମ୍ବୁଆ ଆଦି ଅନେକ ଗଛ ଆଉ ଦେଖିବାକୁ ମିଳୁନି। ଅନେକ କୋଳି ଗଛ ଦେଖାଦେଉଥିଲା ଆମର ଏହି ଜଙ୍ଗଲରେ। କଣ୍ଟେଇ କୋଳି, ଖୀର କୋଳି, ଶଗଡବାଟୁଆ କୋଳି, ଆଖୁଁ କୋଳି, ବରକୋଳି, ବେତ କୋଳି , ରଙ୍ଗଣି କୋଳି, ଜାମୁ କୋଳି, ବୋହୂବୋହୂକା କୋଳି, ବଉଳ କୋଳି, ନରକୋଳି, ଭଇଂସି କୋଳି ଆଦି ଅନେକ କୋଳି ଆଉ ଦେଖାଯାଉନି। ଏସବୁ କୋଳି ପିଲାମାନେ ଖାଇବାକୁ ଭଲ ପାଆନ୍ତି। କିନ୍ତୁ ଏବେ ଉଭାନ ହେଲାଣି। ଅନେକ ବନ୍ଯଜୀବ ଦେଖାଯାଉ ନାହାନ୍ତି ବଣଭୂଆ, ଗଧିଆ, ଶିଆଳ ପାଣିନୀ, ଗାଢଭାଲୁ, ଠେକୁଆ ,ମୟୂର ଆଦି ବନ୍ଯଜୀବ ଦେଖାଯାଉ ନାହାନ୍ତି। ଏହି ଅବସରରେ ଚିଲିକା ଏବଂ ପରିବେଶ ପ୍ରସଙ୍ଗକୁ ନେଇ ପିଲାମାନଙ୍କ ମଧ୍ଯରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ପିଲାମାନଙ୍କୁ ପୁରସ୍କାର ସାର୍ଟିଫିକେଟ ବଣ୍ଟନ କରାଯାଇଥିଲା। ପିଲାମାନେ ପ୍ଲାଷ୍ଟିକ ବ୍ୟାଗ ବଦଳରେ କନାର ବ୍ୟାଗ ବ୍ଯବହାର କରିବାକୁ ବାର୍ତ୍ତା ଦେଇଥିଲେ। କନାରେ ତିଆରି ବ୍ୟାଗ ପିଲାମାନଙ୍କୁ ବଣ୍ଟନ କରାଯାଇଥିଲା।

ତେଲ ମସଲା ଜାତିର ଖାଦ୍ଯ ମଣିଷ କୁ ଅସୁସ୍ଥ କରୁଛି । ପିଲାମାନେ ଏଥିପାଇଁ ସବୁଜ ଜଳଖିଆ ଗ୍ରହଣ କରିଥିଲେ। ଗଜାମୁଗ, ଗଜାବୋଟ, କାକୁଡି, ଗାଜର , ଆଦି ମିଶ୍ରଣରେ ପ୍ରସ୍ତୁତ ସବୁଜ ସାଲାଡ ଖାଇବାକୁ ପସନ୍ଦ କରିଥିଲେ। ଏହା ସ୍ବାସ୍ଥ୍ୟକର ଏବଂ ଶକ୍ତି ପ୍ରଦ ବୋଲି ମତ ରଖି ଭବିଷ୍ୟତରେ ଜଙ୍କ ଫୁଡ ଖାଇବେ ନାହିଁ ବୋଲି ମତ ରଖିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ୍ତ କୁମାର ସ୍ବାଇଁଙ୍କ ତତ୍ତ୍ବାବଧାନରେ ଅଧ୍ଯାପକ ଶ୍ରୀ ଶରତ କୁମାର ଶ୍ରୀ ବିରଞ୍ଚି ନାରାୟଣ ସାହୁ, ଶ୍ରୀ ରଣଜିତ ଶାମଲ, ଶ୍ରୀ ଦୟା ସାଗର ନାୟକ , ଶ୍ରୀ କୃତି ସୁନ୍ଦର ସେଠୀ ଶ୍ରୀ ମତଲୁବମହମ୍ମଦ ଶ୍ରୀ ଦୀପକ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ । ଇକୋଶିକ୍ଷକ ଶ୍ରୀ କାଶୀନାଥ ନାୟକ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
