ଅଘୋର ଆଶ୍ରମରେ ବାସନ୍ତୀକ ନବରାତ୍ର ମହୋତ୍ସବ
କୋଣାର୍କ,୦୬.୦୪()- କୋଣାର୍କ କାକଟପୁର ରାସ୍ତାର ଜମରା ଗ୍ରାମ ହାତୀମଲା ଛକ ନିକଟରେ ଥିବା ଅଘୋର ଆଶ୍ରମରେ ବାସନ୍ତୀକ ନବରାତ୍ର ମହୋତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଗତ ୩୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ରହିବାର ପୂର୍ଣ୍ଣାହୁତି ଘଟିଛି। ବାବା ଚିନ୍ମୟ ରାମଙ୍କ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମା ଭଗବତୀଙ୍କ ଗୁରୁଗୀତା ପାଠ, ସପ୍ତଶତୀ ପାଠ, ମହନିଶା ପୂଜା, ସପ୍ତଶତୀ ଯଜ୍ଞ, ଗୁରୁଗୀତା ଯଜ୍ଞ ଆୟୋଜିତ ହୋଇଥିଲା। ପୂର୍ଣ୍ଣାହୁତି ଅବସରରେ କନ୍ୟା ପୂଜନ ବ୍ୟବସ୍ଥା କରାଯାଇଥିଲା। ନାବାଳିକା କନ୍ୟା ମାନଙ୍କୁ ସୁସଜ୍ଜିତ କରି ପୂଜାର୍ଚ୍ଚନା କରାଯିବା ସହିତ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶତାଧିକ ଭକ୍ତ ମାନେ ଯୋଗ ଦେଇଥିଲେ।
