ନବୀନ ଓଡିଶା ସମାବେଶ କାର୍ଯ୍ୟକ୍ରମ

ନବୀନ ଓଡିଶା ସମାବେଶ କାର୍ଯ୍ୟକ୍ରମ ଜଟଣୀର ପଞ୍ଚାୟତ ସମିତି କାର୍ଯାଳୟ ପରିସରରେ ଜବରଦସ୍ତ ଧମାକା। ଜଟଣୀ:ନବୀନ ଓଡିଶା ଆମ ଓଡିଶା ସମାବେଶର ଆୟୋଜନ କରାଯାଇଥିଲା ଜଟଣୀ ପଞ୍ଚାୟତ ସମିତି ପରିସରରେ। ଆୟୋଜନ କରିଥିଲେ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ଛୋଟରାୟ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆମ ଓଡିଶା ନବୀନ ଓଡିଶା କର୍ଯ୍ୟକ୍ରମର ବାର୍ତ୍ତାକୁ ଭିଡିଓ ମାଧ୍ଯମରେ ୫ଟି ଅଧକ୍ଷ ଭି କେ ପାଣ୍ଡିଆନ୍ ପ୍ରାଞ୍ଜଳ ଭାବେ ସମୀକ୍ଷା କରିଥିଲେ, ୫ଟି ଅଧକ୍ଷ କହିଥିଲେ ଖୋର୍ଦ୍ଧା ଓ ଜଗତସିଂହପୁର ୨ଟି ଜିଲ୍ଲାର ୯୨ଟି ପ୍ରକଳ୍ପ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ଏବଂ ପ୍ରକଳ୍ପ ପାଇଁ ୧୩୨୧. ୬୭ କୋଟି ମଞ୍ଜୁର କରିଛନ୍ତି। ଏହି ସମାବେଶରେ ମୁଖ୍ଯ ଅତିଥି ଭାବେ ଯୋଗଦେଇଥିଲେ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଖୋର୍ଦ୍ଧା ଜିଲ୍ଲାର ବିଜେଡି ସଭାପତି ତଥା ପୁର୍ବତନ ବିଧାୟକ ଜଟଣୀ ବିଭୁତିଭୁଷଣ ବଳବନ୍ତରାୟ, ଏତଦବ୍ୟତୀତ ଜଟଣୀ ପଞ୍ଚାୟତ ସମିତି ଅଧିନସ୍ଥ ପଞ୍ଚାୟତ ଗୁଡିକର ସରପଞ୍ଚ ମାନେ ନିଜ ନିଜର କର୍ମି, ସହୋଯାଗି ଯଥା ନୋମିନି, ସମିତି ସଭ୍ଯ, ଜିଲା ପରିଷଦ ମାନଙ୍କ ସହୋଯାଗରେ ପ୍ରତେକ ପଞ୍ଚାୟତର ହଜାର ହଜାର ପୁରୁଷ, ମହିଳାଙ୍କ ଠାରୁ ଆରମ୍ଭ କରି ବୁଢା,ବୁଢି, ଯୁବକ ଯୁବତୀ, ଛାତ୍ର, ଛାତ୍ରୀ ସମେତ ଅନେକ ବୁଦ୍ଧିଜୀବୀ, ପଞ୍ଚାୟତର ସ୍ୱେଚ୍ଛାସେବୀ ମାନଙ୍କୁ ଏକତ୍ରୀତ କରି ନବୀନ ଓଡିଶା ଆମ ଓଡିଶା କର୍ଯ୍ୟକ୍ରମର ମର୍ଯାଦା ବଢାଇଥିଲେ। ଜଟଣୀ ପୌରପରିଷଦର ପୌର ଅଧକ୍ଷ ଏବଂ ପୌରାଞ୍ଚଳର କର୍ମୀ ମାନେ ମଧ୍ଯ ଉପସ୍ଥିତ ଥିଲେ। ଏହି ସମାବେଶର ମୁଖ୍ଯ ଉଦ୍ଦେଶ୍ଯ ଥିଲା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉନ୍ନୀତୀ ମୂଳକ ଯୋଜନାର ସମୀକ୍ଷା କରିବା ଏବଂ ବକୟା କାର୍ଯ୍ୟକ୍ରମକୁ ଯଥାଶିଘ୍ର ତୋରାନିତ କରିବା। ଜଟଣୀ ପଞ୍ଚାୟତ ସମିତି ଅଧିନରେ ଥିବା ସମସ୍ତ ପଞ୍ଚାୟତରେ କିଭଳି ଅଧିକରୁ ଅଧିକ ଉନ୍ନତି ହୋଇପାରିବ, ତାହା ସହିତ ଜଟଣୀ ପୌରାଞ୍ଚଳର ଖାସମାହାଲ ଜମିର ପଟା ଯେତେଶୀଘ୍ର ସମ୍ଭବ ଯୋଗାଇ ଦେବାର ପ୍ରତିଶୁତି ଭିଡ଼ିଓ କନଫରେନ୍ସ ମାଧ୍ଯମରେ ସମସ୍ତ ବିବରଣୀ ୫ଟି ଅଧକ୍ଷ ଭି କେ ପାଣ୍ଡିଆନ୍ ଜନସାଧାରଣଙ୍କୁ ଅଭୟ ବର ଦେଇଥିଲେ।

Leave a Reply

Your email address will not be published. Required fields are marked *