ଘଟଗାଁ ତାରିଣୀଙ୍କ ପୀଠରେ ଚାଲିଛି ନବରାତ୍ରୀ ପୂଜା

ପାର୍ବଣର ଆଗମନରେ ଧରାପ୍ରୁଷ୍ଠକୁ ଉହ୍ଲାଇ ଆସିଛନ୍ତି ଦୁର୍ଗତି ନାସିନି ମା ଦୁର୍ଗା ।ତେବେ ଗତ ଦୁଇଦିନ ପୂର୍ବେ ଆରମ୍ଭ ହୋଇଛି ନବରାତ୍ରୀ । ଏନେଇ ରାଜ୍ୟର ସମସ୍ତ ଶକ୍ତିପୀଠ ଗୁଡିକରେ ଷୋଡଶ ପୂଜାବିଧି ସମେତ ମାଙ୍କର ନବରାତ୍ରୀ ଆରମ୍ଭ ହୋଇଯାଇଥିବା ବେଳେ ଏଥିରୁ ବାଦ ପଡିନି କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ବାସିନୀ ମା ତାରିଣୀଙ୍କ ପୀଠ । ଏଠାରେ ମଧ୍ୟ ମା ତାରିଙ୍କ ନିକଟରେ ଷୋଡଶ ଉପଚାର ପୂଜାବିଧି ସହ ନବରାତ୍ରୀ ପୂଜା ଚାଲୁଅଛି । ତେବେ ଏହି ନବରାତ୍ରୀ ନଅ ଦିନ ଧରି ପାଳିତ ହୋଇଥାଏ, ଯାହା ବିଜୟାଦଶମୀ ଦିନ ସମାପନ ହୋଇଥାଏ । ଏହି ୯ ଦିନରେ ମା ୯ ରୂପ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଆଜି ନବରାତ୍ରୀର ତ୍ରୁତୀୟ ଦିନରେ ମା ଚନ୍ଦ୍ରଘଣ୍ଟା ରୁପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ତେବେ ଆଜି ପ୍ରାତଃରୁ ମାଙ୍କର ମାଜଣା, ମଙ୍ଗଳଆଳତି, ବଡ ସିଂହାର ବେଶ ଇତ୍ୟାଦୀ ଯଥା ରିତିକାନ୍ତି ପୂଜାବିଧି କରି ମାଙ୍କର ପହଡ ଖୋଲା ଯାଇଛି। ନବରାତ୍ରୀର ଆଜି ତୃତୀୟ ଦିନରେ ମାଙ୍କର ଚନ୍ଦ୍ରଘଣ୍ଟା ରୁପକୁ ଦେଖିବା ପାଇଁ ଭକ୍ତଙ୍କ ଆଗମନ ହୋଇଛି । ସରକାରଙ୍କ କୋଭିଡ୍ ନିୟମ ମାନି ମାଙ୍କୁ ଭକ୍ତମାନେ ଦର୍ଶନ କରୁଛନ୍ତି ।

ରିପୋର୍ଟ-କେନ୍ଦୁଝରରୁ ମନୋଜ କୁମାର ବେହେରା।

Leave a Reply

Your email address will not be published. Required fields are marked *