ନୟାଗଡ:ଯୁବା କାର୍ଯ୍ୟକ୍ରମ ଉପରେ ସଭା ଅନୁଷ୍ଠିତ

ଜିଲ୍ଲା ପରାମର୍ଶଦାତା କମିଟି ତରଫରୁ ଯୁବା କାର୍ଯ୍ୟକ୍ରମ ଉପରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଗୃହ ପରିସରରେ ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ଯୁବ କାର୍ଯ୍ୟକ୍ରମ ୨୦୨୧ – ୨୨ ଉପରେ ଆଲୋଚନା କରାଯାଇଥିଲା। ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରଖି ନେହେରୁ ଯୁବା କେନ୍ଦ୍ର କାର୍ଯ୍ୟ କରିବାକୁ ଉପ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ ବିପର୍ଯ୍ୟୟ ପରିଚାଳନା ତାଲିମ ଯୁବକଙ୍କୁ ପ୍ରଦାନ କରିବାକୁ ଉପ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବା ଅଧିକାରୀ ଅନୁରାଗ କୁମାର ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସତ୍ୟବ୍ରତ ମହାରଣା ଓ ଦୀପକ କୁମାର କ୍ଳବ ପ୍ରତିନିଧି ଭାବେ ଯୋଗ ଦେଇଥିଲେ। ନୟାଗଡ଼ ଯୁବ ସ୍ୱେଚ୍ଛାସେବୀମାନଙ୍କ ପ୍ରତିନିଧି ଭାବେ ଆଶୁତୋଷ ଦାସ ଯୋଗ ଦେଇ ଯୁବକ ମାନେ ତୃଣମୂଳ ସ୍ଥରରେ ସମାଜସେବା କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ଅସୁବିଧା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ।
ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼ “ତୀର୍ଥକ୍ଷେତ୍ର”

Leave a Reply

Your email address will not be published. Required fields are marked *