ନୟାଗଡ଼ ତା ଶିଶୁମାନେ ରାଷ୍ଟ୍ରର ପରିସମ୍ପତି।

ନୟାଗଡ଼ ତା ଶିଶୁମାନେ ରାଷ୍ଟ୍ରର ପରିସମ୍ପତି। ଆଜିର ଶିଶୁ କାଲିର ନାଗରିକ। ଦେଶର ଭବିଷ୍ୟତ ଶିଶୁର ଶିକ୍ଷା, ଅଧିକାର ଏବଂ ସାମଗ୍ରିକ ବିକାଶ ଉପରେ ନିର୍ଭର କରେ। ଶିଶୁର ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ଶିକ୍ଷକ, ବାପା, ମା’ ଏବଂ ସମାଜର ଦାୟିତ୍ଵ ବୋଲି “ବିଜୁ ମହତାବ ସ୍ଵଚ୍ଛାସେବୀ ସଂଗଠନ” ଏବଂ “GIVE BLOOD SAVE LIFE” ମିଳିତ ଆନୁକୁଲ୍ୟରେ ବାମନ ଅବକାଶ ସରକାରୀ ଉଚ୍ଚ ବିଦ୍ୟାଳୟର ପରିସରରେ ଅନୁଷ୍ଠିତ ଶିଶୁ ଦିବସ ଉତ୍ସବ -୨୦୨୫ ରେ ଯୋଗଦାନ କରି ଅତିଥିମାନେ ଏହା କହିଥିଲେ। ଉଭୟ ଅନୁଷ୍ଠାନ ର ସଭାପତି, ସମାଜସେବୀ ଭାଗିରଥି ବାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଇଟାମାଟିର ସମସ୍ତ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ଯୋଗଦାନ କରି ଶିଶୁମେଳାରେ ଭାଗ ନେଇଥିଲେ। ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ଆରାକ୍ଷୀ ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ, ଶିକ୍ଷାବିତ୍ ଅଶୋକ କୁମାର ନାୟକ ମୁଖ୍ୟବକ୍ତା, ପ୍ରଧାନଶିକ୍ଷକ ପ୍ରସନ୍ନ କୁମାର ମହାପାତ୍ର, ସମାଜ ସେବୀ ଜଗନ୍ନାଥ ଦାସ, CRC ସନ୍ତୋଷ କୁମାର ସାହୁ, ବ୍ୟବସାୟୀ ବିଶ୍ଵନାଥ ମହାପାତ୍ର, ସଞ୍ଜୀତ ପଟ୍ଟନାୟକ ଏବଂ ବାଞ୍ଛାନିଧି ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଏହାକୁ ସଞ୍ଚାଳନା କରିଥିଲେ ପତାକା ସାହୁ, ବବୁଲୁ ଦାସ, ଶୁବାଶିଷ ନାୟକ, ଦିଲ୍ଲିପ କୁମାର ସାହୁ, ଗଣେଷ ମୁଦୁଲି, ମାଧବ ଜେନା, ରାହୁଲ ମନ୍ଥନ, ହିମାଂଶୁ ଲେଙ୍କା, ସୁଶିଲ କୁମାର ପରିଡ଼ା, ଅଭିଜିତ ସାହୁ, ପ୍ରୀୟାଂଶୁ ମହାରଣା। ବିଚାରକ ଭାବେ ପ୍ରମୋଦ କୁମାର ମହାପାତ୍ର, ଦିବାକର ରାଉତ, ନିରଞ୍ଜନ ମହାପାତ୍ର, ହରିବନ୍ଧୁ ଦାସ, ସୁଦର୍ଶନ ପ୍ରଧାନ, ବିପିନ ବିହାରୀ ପାତ୍ର, ମୀନକେତନ ନାୟକ ଯୋଗଦାନ କରି ପ୍ରତିଭା ମାନଙ୍କୁ ଆବିଷ୍କାର କରିଥିଲେ।

Leave a Reply

Your email address will not be published. Required fields are marked *