ନୟାଗଡ଼ କ୍ଲବ୍ ପକ୍ଷରୁ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି

ନୟାଗଡ଼, ୧୩/୦୪ : ଭାରତୀୟ ସଙ୍ଗୀତ ଜଗତର ଅପ୍ରତିଦ୍ୱନ୍ଦ୍ୱୀ ସମ୍ରାଜ୍ଞୀ, ପଦ୍ମ ବିଭୂଷଣ ଆଶା ଭୋସଲେଙ୍କ ବିୟୋଗରେ ସମଗ୍ର ସଂଗୀତ ଦୁନିଆରେ ଶୋକର ଛାୟା ଖେଳି ଯାଇଛି । ୯୨ ବର୍ଷ ବୟସରେ ତାଙ୍କର ପରଲୋକ ଘଟିବା ପରେ, ଆଜି ସ୍ଥାନୀୟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ନୟାଗଡ଼ କ୍ଲବ୍ ପକ୍ଷରୁ ଏକ ଗଭୀର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। କ୍ଲବ୍ ସଭାପତି ଶ୍ରୀ ଅଶୋକ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବକ୍ତାମାନେ ଆଶାଜୀଙ୍କ ୮ ଦଶନ୍ଧିର ସଙ୍ଗୀତ ଯାତ୍ରା ଏବଂ ତାଙ୍କର ଯାଦୁକରୀ କଣ୍ଠର ସ୍ମୃତି ଚାରଣ କରିଥିଲେ। କ୍ଲବ୍ ସମ୍ପାଦକ ଶ୍ରୀଧର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ସଭାରେ ବରିଷ୍ଠ ସଦସ୍ୟ ପ୍ରକାଶ ଷଡ଼ଙ୍ଗୀ, ବାସୁଦେବ ସାହୁ, ପ୍ରବୀର ପୃଷ୍ଟି, ଲକ୍ଷ୍ମୀ ନାରାୟଣ ରଥ ଏବଂ ଧିରେନ୍ଦ୍ର କୁମାର ପଟ୍ଟନାୟକ ପ୍ରମୁଖଙ୍କ ସହ ଅନେକ ଯୁବ କଣ୍ଠଶିଳ୍ପୀ ଉପସ୍ଥିତ ରହି ସ୍ୱର୍ଗତ ଆତ୍ମାର ସଦଗତି କାମନା କରିବା ସହ ନୀରବ ପ୍ରାର୍ଥନା କରିଥିଲେ। ସଙ୍ଗୀତ ଜଗତରେ ସେ ସୃଷ୍ଟି କରିଥିବା ଶୂନ୍ୟସ୍ଥାନ କେବେବି ପୂରଣ ହେବନାହିଁ ବୋଲି ସଭାରେ ମତ ପ୍ରକାଶ ପାଇଥିଲା।

Leave a Reply

Your email address will not be published. Required fields are marked *