ନୟାଗଡ଼ ଡିସିସି ପ୍ରେସବର୍ତ୍ତା

ନୟାଗଡ଼ ଡିସିସି ପ୍ରେସବର୍ତ୍ତା
16.02.2026
ନୟାଗଡ଼ ଜିଲ୍ଲା କଂଗ୍ରେସ ପରିବର୍ଦ୍ଦିତ କାର୍ଯ୍ୟକାରୀ କମିଟି ବୈଠକ :
ଫେବୃଆରୀ ମାସ ସୁଦ୍ଧା ଜୋନ ସଭାପତି, ବ୍ଲକ କମିଟି ଘୋଷଣା :

ନବଗଠିତ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ପରିବର୍ଦ୍ଦିତ କାର୍ଯ୍ୟକାରୀ କମିଟି ବୈଠକ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନୂଆରାଜବାଟି କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି l ଅଖିଳ ଭାରତୀୟ କଂଗ୍ରେସ କମିଟି ସମ୍ପାଦକ ତଥା ଓଡିଶା କଂଗ୍ରେସ ସହ ପ୍ରଭାରୀ ଶ୍ରୀ ଜେଟ୍ଟୀ କୁସୁମ କୁମାର ଭାରତୀୟ ଜାତୀୟ କଂଗ୍ରେସ ପତାକା ଉତ୍ତୋଳନ କରିଥିଲେ l ନବନିଯୁକ୍ତ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ, କୋଷାଧକ୍ଷ, ପ୍ରତ୍ୟେକ ବ୍ଲକ, ବିଜ୍ଞାପିତ ପରିଷଦ ଏବଂ ନୟାଗଡ଼ ପୌରପାଳିକା କଂଗ୍ରେସ କମିଟିର ସଭାପତି ମାନଙ୍କୁ ସ୍ୱାଗତ କରି ଦଳୀୟ ଉତ୍ତରୀୟ ଦେଇ ସମ୍ବର୍ଦ୍ଦିତ କରିବା ସହିତ ସାଙ୍ଗଠନିକ ଗୁରୁଦାୟିତ୍ୱ ହସ୍ତାନ୍ତର କରିଥିଲେ l

ଜିଲ୍ଲା ସଭାପତି ଶ୍ରୀ ଦାଶ ନୂତନ କାର୍ଯ୍ୟକର୍ତ୍ତା ମାନଙ୍କୁ ନିଷ୍ଠାପର ଭାବେ ସାଙ୍ଗଠନିକ ଦାୟିତ୍ୱ ସମ୍ପାଦନ ପାଇଁ ଶପଥ କରାଇଥିଲେ l ଫେବୃଆରୀ ମାସ ସୁଦ୍ଧା ଜିଲ୍ଲାର ୨୪ ଜିଲ୍ଲା ପରିଷଦ ଜୋନ ସଭାପତି ଚୟନ, ବ୍ଲକ କଂଗ୍ରେସ ପୂର୍ଣ୍ଣାଙ୍ଗ କମିଟି ଗଠନ କରିବା ସହିତ ଦଳୀୟ ଶୃଙ୍ଖଳା ଆଧାରରେ ସାଧାରଣ ଲୋକଙ୍କ ସମସ୍ୟା ସହିତ କାର୍ଯ୍ୟକର୍ତ୍ତା ମାନେ ଯୋଡି ହେବା ପାଇଁ ଶ୍ରୀ କୁସୁମ କୁମାର ପରାମର୍ଶ ଦେଇଥିଲେ l ବ୍ଲକ ସଭାପତି ମାନଙ୍କ ସାଙ୍ଗଠନିକ କାର୍ଯ୍ୟକୁ ପ୍ରତ୍ୟେକ ତିନିମାସରେ ତର୍ଜମା କରାଯିବ ବୋଲି କହିଥିଲେ l ବରିଷ୍ଠ ଉପସଭାପତି ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀଧର ତ୍ରିପାଠୀଙ୍କୁ ଜିଲ୍ଲା କଂଗ୍ରେସ ସଂଗଠନ ସ୍ଥିତି ତଦାରଖ ଦାୟିତ୍ୱ ଅର୍ପଣ କରାଯାଇଛି l ପ୍ରତ୍ୟେକ ମାସରେ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ବୈଠକ ଆୟୋଜନ କରାଯାଇ ସାଙ୍ଗଠନିକ ଦକ୍ଷତା ତର୍ଜମା କରିବା ପାଇଁ ଶ୍ରୀ କୁସୁମ କୁମାର ଡିସିସି ସଭାପତିଙ୍କୁ ପରାମର୍ଶ ଦେଇଥିଲେ l ସଭା ପ୍ରାରମ୍ଭରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ କାନ୍ହୁଚରଣ ଲେଙ୍କାଙ୍କ ଆତ୍ମା ସଦଗତି ପାଇଁ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ହୁସେନ ଖାଁ, ପୂର୍ବତନ ଡିସିସି ସଂଯୋଜକ ସତ୍ୟବ୍ରତ ନାୟକ, ରଣପୁର କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଭୁପ୍ରସାଦ ମିଶ୍ର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ, ପ୍ରଦେଶ ଯୁବ କଂଗ୍ରେସ ସମ୍ପାଦକ ପ୍ରତୀକ ମହାପାତ୍, ବରିଷ୍ଠ ସେବାଦଳ କର୍ମୀ ଦିଗାମ୍ବର ବେହେରାଙ୍କ ସମେତ ବିଭିନ୍ନ ଛାମୁଆ ସଂଗଠନ ମୁଖିଆ ମାନେ ଉପସ୍ଥିତ ଥିଲେ l
ମାର୍ଚ୍ଚ ମାସ ସୁଦ୍ଧା ଜିଲ୍ଲାରେ ଦଳର ସାଙ୍ଗଠନିକ ପ୍ରକ୍ରିୟା ଚୂଡାନ୍ତ ପ୍ରକ୍ରିୟା ପରେ ଏପ୍ରିଲ ମାସ ଠାରୁ ଜିଲ୍ଲାବ୍ୟାପି ପଦଯାତ୍ରା ଆୟୋଜନ କରାଯାଇ ଲୋକଙ୍କ ମୌଳିକ ସମସ୍ୟା ସହିତ ଯୋଡିହେବାର କାର୍ଯ୍ୟକ୍ରମ ରହିଥିବା ଜିଲ୍ଲା ସଭାପତି ଶ୍ରୀ ଦାଶ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇଛନ୍ତି l
ଉପସଭାପତି ଶ୍ରୀ ତ୍ରିପାଠୀ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିବା ପରେ କାର୍ଯ୍ୟକାରୀ କମିଟି ବୈଠକ ସାଙ୍ଗ କରାଯାଇଥିଲା l ପରବର୍ତୀ ବୈଠକ ଓଡଗାଁ ଠାରେ ଅନୁଷ୍ଠିତ ହେବା ପାଇଁ ସ୍ଥିରୀକୃତ ହେବା ଦଳ ପକ୍ଷରୁ କୁହାଯାଇଛି l
ସମ୍ମାନ ସହ 🙏
(ଶ୍ରୀ ରଣଜିତ ଦାଶ)
ଡିସିସି ସଭାପତି ନୟାଗଡ଼

Leave a Reply

Your email address will not be published. Required fields are marked *