ନୟାଗଡ଼ ନିରାଶ୍ରୟ ଗୃହରେ ଖାଦ୍ୟ, ଫଳ, ବସ୍ତ୍ର ବାଣ୍ଟିଲେ ସର୍ବଭାରତୀୟ ମାନବାଧିକାର କମିଶନର ନୟାଗଡ଼ ଜିଲ୍ଲା ଶାଖା କର୍ମକର୍ତ୍ତା

ନୟାଗଡ଼ ପୈାରପରିଷଦ ଅନ୍ତର୍ଗତ ୧୧ନମ୍ବର ୱାର୍ଡରେ ଥିବା “ବାସହୀନଙ୍କ ପାଇଁ ଆଶ୍ରୟସ୍ଥଳୀ”ଠାରେ ନୟାଗଡ଼ ପୁରୁଣାସହରର ଯୁବସଙ୍ଗଠକ ଶୁଭ୍ରାଂଶୁ ଦାଶଙ୍କ ସହଯୋଗରେ ସର୍ବଭାରତୀୟ ମାନବାଧିକାର କମିଶନର ନୟାଗଡ଼ଜିଲ୍ଲା ମୁଖ୍ୟ ଡ଼ଃ.ପ୍ରିତମ ମହାପାତ୍ର,ପବିତ୍ରମୋହନ ସାହୁ, ସତ୍ୟନାରାୟଣ ପଟ୍ଟନାୟକ, ଜୟପ୍ରକାଶ ପଣ୍ଡା ଏବଂ ଜ୍ୟୋତି ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ଅସହାୟ ଅନ୍ତେବାସୀ ବୃଦ୍ଧବୃଦ୍ଧାଙ୍କୁ ଫଳ,ଖାଦ୍ୟ ଏବଂ ବସ୍ତ୍ର ବଣ୍ଟନ କରିଥିଲେ। ଆଗାମୀ ଦିନରେ ଜିଲ୍ଲାର ସମସ୍ତ ଅସହାୟ ,ନିରଯ୍ୟାତିଡମାନଙ୍କୁ ନ୍ୟାୟ ପ୍ରଦାନପାଇଁ ସଂଘ ଲଢେଇ ଜୋରଦାର କରିବବୋଲି ଡଃ.ମହାପତ୍ର କହିଥିଲେ। ସଂଘର ଏଭଳି କାର୍ଯ୍ୟକୁ ସାଧରଣରେ ପ୍ରଶଂସା କରାଯାଇଛି।
ରିପୋର୍ଟ -ରାମକୃଷ୍ଣ ରଥ, “ତୀର୍ଥକ୍ଷେତ୍ର”।

Leave a Reply

Your email address will not be published. Required fields are marked *