ନୟାଗଡ ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋ ସୋସିଏସନ ର ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ

ନୟାଗଡ ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋ ସୋସିଏସନ ର ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି| ଏହି ନିର୍ବାଚନରେ ଆସନ୍ତା ତିନି ବର୍ଷ 2025-2028 ବର୍ଷ ପାଇଁ ସଭାପତି ଭାବେ ପାଇଁ ଶ୍ରୀଯୁକ୍ତ ପ୍ରହଲ୍ଲାଦ ସାହୁ ଓ ସମ୍ପାଦକ ଭାବେ ଶ୍ରୀଯୁକ୍ତ ସନ୍ତୋଷ କୁମାର ନାୟକ ତୃତୀୟ ଥର ପାଇଁ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି |ରାଜ୍ୟ ସଂଘ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ (UCDA)ସହିତ ଅନୁବନ୍ଧିତ ଜିଲ୍ଲା ସଂଘର କାର୍ଯ୍ୟକାରିଣୀ ସଭ୍ୟ ମାନଙ୍କୁ ନେଇ ଔଷଧ ବ୍ୟବସାୟୀ ସଙ୍ଘର ଏହି ନିର୍ବାଚନ ପ୍ରକ୍ରିୟାରେ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ରାଜ୍ୟର ପୂର୍ବତନ ସାଧାରଣ ସମ୍ପାଦକ ତଥା ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜେନା ଓ ସାଙ୍ଗଠନିକ ସମ୍ପାଦକ ସଞ୍ଜୟ କୁମାର ମହାନ୍ତି ଓ ଜୟ ପ୍ରକାଶ ପରିଡା ଯୋଗଦେଇ ନିର୍ବାଚନ ପ୍ରକ୍ରିୟା ପରିଚାଳନା କରିଥିଲେ ଓ ଶେଷରେ କୋଷାଧକ୍ଷ ଭାବେ ପରମାନନ୍ଦ ପ୍ରଧାନଙ୍କ ନାମ ଘୋଷଣା କରିଥିଲେ |

Leave a Reply

Your email address will not be published. Required fields are marked *