ନୟାଗଡ ଇତିହାସ ପୁସ୍ତକ ଉନ୍ମୋଚିତ
ନୟାଗଡ ତା ୨୩.୧.୨୦୨୬ ଚାରି ଗଡ଼ଜାତର ଗୌରବମୟ ଗାଥାକୁ ନେଇ ଯୁବ ଐତିହାସିକ ପ୍ରଶାନ୍ତ ଦାସଙ୍କ ଲିଖିତ ନୟଗାଡ ଇତିହାସ ଶୁକ୍ରବାର ଉନ୍ମୋଚିତ ହୋଇଯାଇଛି ଏହି ଅବସରରେ ନୟାଗଡ ଜଗନ୍ନାଥ ମନ୍ଦିର ପରିସରରେ ଥିବା ମା ସରସ୍ଵତୀ ଦେବୀଙ୍କ ମନ୍ଦିର ପ୍ରାଙ୍ଗଣରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଅତିଥି ଭାବେ ସାହିତ୍ୟିକ ପ୍ରଦୀପ୍ତ ପଟ୍ଟନାୟକ, ଜିଲ୍ଲା ବାର ଆସୋସିଏସନର ସଭପତି ରଣଜିତ୍ ଦାଶ, ନିର୍ମଳ ଚନ୍ଦ୍ର ଶୁରଦେଓ, କବି ଗୋଦାବରୀଶ ମିଶ୍ର, ସାହିତ୍ୟିକା ଅମ୍ବିକା ସ୍ୱାଇଁ, କାଉନସିଲର କିଶାନ ଦାସ ପ୍ରମୁଖ ଯୋଗଦେଇ ନୟାଗଡ ଇତିହାସ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ| ପୁସ୍ତକଟି ସମ୍ପର୍କରେ ସାମ୍ୱାଦିକ ଶ୍ରୀଯୁକ୍ତ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ବହିଟିର ଆମୂଳଚୁଳ ସମୀକ୍ଷା କରୁଥିଲେ ପ୍ରଦୀପ୍ତ ପଟ୍ଟାୟକ|ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍ ଯୋଗ ଦେଇଥିଲେ|ଧନ୍ୟବାଦ୍ ଅର୍ପଣ କରୁଥିଲେ ପୁସ୍ତକଟିର ଲେଖକ ପ୍ରଶାନ୍ତ ଦାସ|
