ନୟାହାଟ ନାଗପୁର ରାସ୍ତା ମରଣଯନ୍ତା
ନୟାହାଟ ନାଗପୁର ରାସ୍ତା ମରଣଯନ୍ତା ଗୋପ
ନୟାହାଟ ନାଗପୁର ରାସ୍ତା ୬ ବର୍ଷ ତଳେ ନିର୍ମାଣ ହୋଇଥିଲା ତେବେ ମରାମତି ଅଭାବ ଯୋଗୁଁ ଏବେ ଏହି ରାସ୍ତା ମରଣଯନ୍ତା ପାଲଟିଛି ଏହି ରାସ୍ତା ଉପରେ ଆଠରୁ,ଦଶ ପଞ୍ଚାୟତ ର ଲୋକେଯାତ୍ରାୟତ କରିଥାନ୍ତି ଉକ୍ତ ରାସ୍ତା ଦେଇ ପ୍ରତିଦିନ ଜଙ୍ଗଲବୋରି ଦେସ୍ଥଳୀ ବଉଲାଙ୍ଗ ଧୂମାଳ ଓ ଓଟର ଆଦି ପଞ୍ଚାୟତ ର ଲୋକେ ଗୋପ ବ୍ଲକ କୁ ଯାତାୟତ କରିଥାନ୍ତି ଦୈନନ୍ଦିନ ନୟାହାଟ ରୁ ପୁରୀ ଯାତ୍ରୀବାହୀ ବସ୍ ଯାଇଥାଏ ରାସ୍ତା ର ଶୋଚନୀୟ ଅବସ୍ଥା ଦେଖି ବସ୍ ଯିବାକୁ ଅନିଚ୍ଛା

ପ୍ରକାଶ କରୁଛନ୍ତି ଯାହା ଫଳରେ ଅଞ୍ଚଳର ଲୋକ ନାହିଁ ନ ଥିବା ଅସୁବିଧା ର ସମୁଖୀନ ହେଉଛି ନୟାହାଟ ରୁ ବହୁ ବ୍ୟବସାୟୀ ପାନ ନଡ଼ିଆ ପନିପରିବା ଆଦି ବିକ୍ରି କରିବା ନିମନ୍ତେ ନାଗପୁର ହାଟକୁ ଯାଇଥାନ୍ତି ନୟାହାଟ ନାଗପୁର ରାସ୍ତା ର ଇଟାପଡା କୋଲର୍ ଯୋଗେଶ୍ଵରପୁର ମରଦ ଏରବଙ୍ଗ ପ୍ରମୁଖ ସ୍ଥାନରେ ରାସ୍ତା ନଷ୍ଟ ହୋଇ ବଡ଼ ବଡ଼ ଖାଲ ହୋଇଥିବା ଦେଖିବାକୁ ମିଳିଛି ଯାହା ଫଳରେ ଏହି ସବୁ ଖାଲରେ, ବର୍ଷା ଦିନେ ପାଣି ଜମି ରହୁଛି ଫଳରେ ଯାତାୟତ ରେ ବାଧା ସୃଷ୍ଟି ହୋଇ ବିଭିନ୍ନ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି ଏ ରାସ୍ତା ଟି କାକଟପୁର ପୂର୍ତ୍ତ ବିଭାଗ ଅଧିନରେ ହୋଇଥିବା ବେଳେ ଉକ୍ତ ରାସ୍ତାକୁ ମରାମତି କରିବା ପାଇଁଁ ଅଞ୍ଚଳବାସୀ ଦାବି କରିଛନ୍ତିି
