ଏନ୍ ସି ସି ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ।

ବ୍ଯାସନଗର ଅଦ୍ଯ ତା ୧୮/୧୧/୨୦୨୫ ମଙ୍ଗଳବାର ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟ ରେ ୭୭ତମ ଏନ୍ ସି ସି ଦିବସ ପାଳନ ଉପଲକ୍ଷେ କ୍ଯାପ୍ଟେନ୍ ପୂର୍ଣ ଚନ୍ଦ୍ର ସ୍ଵାଇଁ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ୭ ଓଡ଼ିଶା ବାଟାଲିୟନ, ଭଦ୍ରକ ର ସିଟିଓ ଡଃ ଶଶିକାନ୍ତ ଲେଙ୍କା, ଏସ୍ ୟୁ ଓ ବିଶ୍ୱଜିତ୍ ଲାହା , ଜେ ୟୁ ଓ ପରେଶ ପ୍ରଧାନ, ୧ ଓଡ଼ିଶା ବାଳିକା ବାଟାଲିୟନ, ଭୂବନେଶ୍ବର ର ଏସ୍ ୟୁ ଓ ଜଶବିନ୍ଦର କାଉର, ୧ ଓଡ଼ିଶା ବାଟାଲିୟନ, କଟକର ଏସ୍ ୟୁ ଓ ଶୁଭମ୍ ସ୍ବାଇଁ ଓ ଜେୟୁଓ ପାୟଲ ଜେନା ଅଂଶଗ୍ରହଣ କରି ନିଜ ନିଜର ମତ ରଖିଥିଲେ। ଏ ବର୍ଷ ଏନ୍ ସି ସି ଦିବସ ପାଳନ ଅବସରରେ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏଥିପାଇଁ ପ୍ରଥମେ ତା ୧୯/୧୧/୨୦୨୫ ଦିନ ଯାଜପୁର ରୋଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅପରାହ୍ନ ୧୨.୩୦ ସମୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହେବ।

୨୦/୧୧/୨୦୨୫ ରେ କଲେଜ ପରିସରରେ ସ୍ବଛ ଭାରତ ଅଭିଯାନ ଓ ବୃକ୍ଷ ରୋପଣ ଅନୁଷ୍ଠିତ ହେବ। ୨୧/୧୧/୨୦୨୫ ରେ “ବେଟି ବଚାଓ ବେଟି ପଢାଓ” ଶୀର୍ଷକ ସଚେତନତା ରାଲି ଅନୁଷ୍ଠିତ ହେବ। ୨୨/୧୧/୨୦୨୫ ରେ ” ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ସମାଜ” ଶୀର୍ଷକ ସଚେତନତା ରାଲି ଅନୁଷ୍ଠିତ ହେବ। ଶେଷରେ ୨୩/୧୧/୨୦୨୫ ରେ କଲେଜ୍ ପଡ଼ିଆରେ ରଙ୍ଗାରଙ୍ଗ ପ୍ୟାରେଡ୍ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ଏନ୍ ସି ସି ଦିବସ ପାଳିତ ହେବ ବୋଲି ୧ ଓଡ଼ିଶା ବାଟାଲିୟନର ଏନ୍ ସି ସି ଅଫିସର କ୍ଯାପ୍ଟେନ୍ ଶ୍ରୀ ଯୁକ୍ତ ସ୍ବାଇଁ ସୁଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *