ଆର୍. ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏନସିସି ୱିଙ୍ଗ ସଶସ୍ତ୍ର ବାହିନୀ ପାଳନ l
ପୁରୁଷୋତ୍ତମପୁର ୧୪/୧ଏହି ବ୍ଲକ ଅନ୍ତର୍ଗତ ପ୍ରତାପୁରସ୍ଥିତ ଆର୍. ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏନସିସି ୱିଙ୍ଗ ସଶସ୍ତ୍ର ବାହିନୀ ପ୍ରବୀଣ ଦିବସ (ଭେଟରାନ ଡେ) ରେ ଏହାର ଜାତୀୟ ସମର ଶିକ୍ଷାର୍ଥୀ ଏନସିସି କ୍ୟାଡେଟ୍ ମାନେ ଏହି ଦିବସକୁ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରିଥିଲେ। କ୍ୟାଡେଟ୍ମାନେ ସଶସ୍ତ୍ର ବାହିନୀ କର୍ମଚାରୀ ଏବଂ ସେମାନଙ୍କ ପରିବାରର ବଳିଦାନକୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ କାର୍ଯ୍ୟକ୍ରମରେ ମୁଖ୍ୟତଃ ପତାକା ଉତ୍ତୋଳନ ସମାରୋହ ଓ ପ୍ରବୀଣ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି,ସଶସ୍ତ୍ର ବାହିନୀ ପତାକା ଦିବସର ଗୁରୁତ୍ୱ ଉପରେ ସଚେତନତା ରାଲି, ଦେଶପ୍ରେମ ଏବଂ ଜାତୀୟ ସୁରକ୍ଷା ଉପରେ ପ୍ରବନ୍ଧ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ହାବିଲଦାର ରଞ୍ଜନ ଭୁୟାଁ ଏହି କାର୍ଯ୍ୟକ୍ରମ ଆୟୋଜନରେ କ୍ୟାଡେଟମାନଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ଅନ୍ୟତମ ସମ୍ମାନିତଅତିଥି ଭାବେ ଖଲ୍ଲିକୋଟ ବିଶ୍ଵ ବିଶ୍ଵବିଦ୍ୟାଳୟ ର ପୁରାତନ ଏନସିସି କ୍ୟାଡେଟ୍ ଧର୍ମେନ୍ଦ୍ର କୁମାର ବେହେରା ପ୍ରବୀଣ ସୈନିକମାନଙ୍କୁ ସମ୍ମାନ ଏବଂ ସମର୍ଥନ କରିବାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ବିଦ୍ୟାଳୟର ଏହି ଭଳି ଏନସିସି କାର୍ଯ୍ୟକ୍ରମ କୁ ଭୁରି ଭୂରି ପ୍ରସଂସା କରିଥିଲେ, l ଶେଷରେ ଏନସିସି ଅଧିକାରୀ କାଳୁ ଚରଣ ମହାଙ୍କୁଡ଼ କ୍ୟାଡେଟ ମାନଙ୍କୁ ସଶସ୍ତ୍ର ବାହିନୀ ପ୍ରତି ଛାତ୍ରମାନଙ୍କ ମଧ୍ୟରେ ଦେଶପ୍ରେମ ଏବଂ କୃତଜ୍ଞତା ଜାଗ୍ରତ କରିବା ଏହି ଉତ୍ସବର ଲକ୍ଷ୍ୟ ଥିଲା ବୋଲି କହିଥିଲେ।
