ନେତ ପିଲା ରିଚ୍ୟୁଆସ୍ସ

ନେତ ପିଲା ରିଚ୍ୟୁଆସ୍ସ, ମେଲରେ ଯାଇଛି ଶ୍ରୀକ୍ଷେତ୍ର ସେବାୟତ କୂଳର ଅନନ୍ୟ ପରମ୍ପରା ନେତପିଲା ( ବଳୀ ଗୀତରୁ ଆରମ୍ଭ କରିବେ ଷ୍ଟୋରୀ )Ar – ପୁରୀ ସେବାୟତ ସମ୍ପ୍ରଦାୟର ଏକ ବିଶେଷ ପର୍ବ ହେଉଛି ନେତପିଲା। ଶାରଦୀୟ ଦୂର୍ଗାପୂଜା ଅବସରରେ ସେବାୟତ କୂଳର କୁମାରୀ କନ୍ୟାମାନେ ପାରମ୍ପରିକ ବେଶ ଓ ମହଣମହଣ ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ ହୋଇ ମାର୍କଣ୍ଡ ପୁଷ୍କରଣୀକୁ ଯାଇ ହରପାର୍ବତୀଙ୍କୁ ବେଶ୍ ନିଷ୍ଠାର ସହ ପୂଜାର୍ଚ୍ଚନା କରିଥାନ୍ତି। ଉତ୍ତମ ବର ପ୍ରାପ୍ତି ପାଇଁ ହରପାର୍ବତୀଙ୍କ ବ୍ରତ ପାଳନ ସହିତ ନେତପିଲା ମାନେ ନିଜ ସମ୍ପର୍କୀୟ ଓ ବନ୍ଧୁବାନ୍ଧବଙ୍କ ଘରକୁ ଏହି ଅବସରରେ ବୁଲିଯିବାର ବିଧି ରହିଛି। ବଳିରେ ବଳି, ନକର ଅଳି, କାଲି ଆଣିଦେବି ସରୁ ଚକୁଳି। ଏ ଗୀତ ବୋଲୁଛନ୍ତି ଶ୍ରୀମନ୍ଦିର ସେବାୟତ ଘରର କୁଆଁରୀ କନ୍ୟା। ଶ୍ରୀମନ୍ଦିର ସେବାୟତ ସମ୍ପ୍ରଦାୟରେ ନେତପିଲା ଏକ ସ୍ୱତନ୍ତ୍ର ପର୍ବ ଭାବେ ପାଳନ କରାଯାଏ। ଯୁଗ ଆଧୁନିକ ଆଡ଼କୁ ଗତି କରୁଥିଲେ ମଧ୍ୟ ଶହ ଶହ ବର୍ଷ ପୂର୍ବରୁ ପାଳିତ ହୋଇ ଆସୁଥିବା ଏହି ପର୍ବ ଏବେ ମଧ୍ୟ ସେବାୟତ ପରିବାର ଗୁଡ଼ିକରେ ପରମ୍ପରା ମୁତାବକ ଚାଲି ଆସୁଛି। ହରପାର୍ବତୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ୨୧ଦିନ ଧରି ବଳି ପୂଜା କରିଥାନ୍ତି ଏହି କନ୍ୟାମାନେ। ଏହି ୨୧ଦିନର ଶେଷ ୪ ଦିନ ପାରମ୍ପରିକ ବେଶ ସହ ବିଭିନ୍ନ ଅଳଙ୍କାରରେ ନିଜକୁ ସଜାଇଥାନ୍ତି। ତେଣୁ ଏହି ଅବସରରେ ନେତପିଲା ମାନେ ବଳିଗୀତ ଗାନ କରିବାର ପରମ୍ପରା ରହିଛି।ଆଶ୍ୱୀନ ମାସର ପଞ୍ଚମୀ, ଷଷ୍ଠୀ ଓ ସପ୍ତମୀ ତିଥିରେ ଏହି ପର୍ବକୁ ପାଳନ କରାଯାଏ। ସ୍ୱତନ୍ତ୍ର ଆଭୂଷଣ ଏବଂ ବସ୍ତ୍ରରେ ଭୂଷିତ ହୋଇ ସେବାୟତ ସମ୍ପ୍ରଦାୟର ନେତପିଲାମାନେ ବିଭିନ୍ନ ପ୍ରକାର ଫଳ, ପାଣିକଖାରୁ, ଜହ୍ନି, ପରିବା ଓ ଗୁଆ ଆଦି ଅର୍ପଣ କରି ପୂଜା କରଥାନ୍ତି। କୁଆଁରୀ କନ୍ୟା ମାନେ ଏହି ବେଶଭୂଷାରେ ସେମାନଙ୍କ ସମ୍ପର୍କୀୟ ଓ ବନ୍ଧୁବାନ୍ଧବ ମାନଙ୍କ ଘରକୁ ବୁଲି ଯାଇଥାନ୍ତି। ଏହି ପର୍ବ ଅବସରରେ ସେବାୟତ ମାନଙ୍କ ଘର ଗୁଡ଼ିକ ବେଶ୍ ଉତ୍ସବ ମୁଖର ହୋଇ ଉଠିଛି | ପ୍ରଭୁ ଶିବଙ୍କୁ ପାଇବା ଉଦ୍ଦେଶ୍ୟରେ ମା ପାର୍ବତୀ ଏହି ପୂଜା କରିବାର କିମ୍ୱଦନ୍ତି ରହିଥିବାରୁ ଏହାକୁ ଅନୁସରଣ କରି ଶିବଙ୍କ ଭଳି ସ୍ୱାମୀ ପାଇବା ଉଦ୍ଦେଶ୍ୟରେ ସେବାୟତ ଘରର କୁଆଁରୀ କନ୍ୟା ମାନେ ନେତପିଲା ଭାବେ ଏହି ପର୍ବ ପାଳିନ କରିଥାନ୍ତି ବୋଲି ବିଶ୍ୱାସ ରହିଛି।

Leave a Reply

Your email address will not be published. Required fields are marked *