ଜନ ଶିକ୍ଷଣ ସଂସ୍ଥାନ,ପୁରୀ ତରଫ ରୁ ନେତାଜୀ ଜୟନ୍ତୀ ପାଳିତ
ଜନ ଶିକ୍ଷଣ ସଂସ୍ଥାନ,ପୁରୀ ତରଫ ରୁ ନେତାଜୀ ଜୟନ୍ତୀ ପାଳିତ l ଜନ ଶିକ୍ଷଣ ସଂସ୍ଥାନ, ପୁରୀ ଆନୁ ବୋଷ ଜୟନ୍ତୀ ସୁବାଷଚନ୍ଦ୍ର ପୁରୀ ଆନୁକୂଲ୍ୟରେ ବାସଠି ରୁ ଉଦ୍ଧ ଯୁବ ପ୍ରଶିକ୍ଷାର୍ଥୀ ମାନଙ୍କୁ ନେଇ ୧୨୯ତମ ନେତାଜୀ ଉତ୍ସବ ପାଳିତ ହୋଇଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଶ୍ରୀବସ୍ଥ କୁମାର ଦାଶ, ସମ୍ମାନିତ ଅତିଥି ଭାବେ ଯୁବ ପ୍ରଶିକ୍ଷିକା ମମତା ମହାପାତ୍ର ଯୋଗ ଦାନ କରିଥିଲେ । ଏହି ଉତ୍ସବ ରେ ମୁଖ୍ୟ ଅତିଥି ଶ୍ରୀ ଦାଶ ମହୋଦୟ ନେତାଜୀ ସୁବାଷଚନ୍ଦ୍ର ବୋଷ ଙ୍କର ନୀତି ଆଦର୍ଶ, ଜୀବନୀ, କର୍ତବ୍ୟ ନିଷ୍ଠା,ଅଦମ୍ୟ ସାହସ, ଦୃଢ଼ମନା ଆଦି ଉପରେ ଆଲୋକପାତ କରିବା ସହିତ ବର୍ତମାନ ର ଯୁବ ପିଢ଼ି କିଭଳି ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବେ ତାହା ଉପରେ ଦିଗ ଦର୍ଶନ ପ୍ରଦାନ କରିଥିଲେ ।

ଏଥ୍ ସହିତ ସଂସ୍ଥାନ ର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ଶଶୀ ଭୁଷଣ ଦତ୍ତ ଏହି ଉତ୍ସବ କୁ ସମ୍ପାଦନା କରିବା ସହିତ ବର୍ତମାନ ଯୁବ ପିଢ଼ି କୁ ବିଭିନ୍ନ କାର୍ଯ୍ୟ କ୍ଷେତ୍ର ରେ ତଥା ନିଯୁକ୍ତି ଦିଗ ରେ ଏବଂ କ୍ଷୁଦ୍ର ଉଦ୍ୟୋଗୀ କ୍ଷେତ୍ର ରେ ଅଗ୍ରଗତି କରିବା ସମ୍ପର୍କ ରେ ପ୍ରେରଣା ଦାୟକ ବକ୍ତବ୍ୟ ପ୍ରଦାନ କରିଥିଲେ । ସଂସ୍ଥାନ ର ଅନ୍ୟାନ୍ୟ କର୍ମଚାରୀ ଯଥା ପ୍ରସାଦ ଦ୍ବିବେଦୀ, ଜୀବନଜୀତା ଦାସ,ପ୍ରତାପ ବେହେରା ଏବଂ ବାଦଲ ପରିଡା ଆଦି ଉପସ୍ଥିତ ରହି ଏହି ଉତ୍ସବ କୁ ସାଫଲ୍ୟ ମଣ୍ଡିତ କରିଥିଲେ l
