ସୋରଡ଼ା ଅଞ୍ଚଳରେ ଲାଗିରହିଛି ମୋବାଇଲ ନେଟୱର୍କର ସମସ୍ୟା
ସୋରଡ଼ା ଅଞ୍ଚଳରେ ଲାଗିରହିଛି ମୋବାଇଲ ନେଟୱର୍କର ସମସ୍ୟା
ସୋରଡ଼ା ତା :୧୧/୦୭/୨୫()ଗଞ୍ଜାମ ଜିଲ୍ଲାର ସୋରଡ଼ା ସହର ରେ ମୋବାଇଲ ଉପଭୋକ୍ତା ସଂଖ୍ୟା ପୂର୍ବ ଅପେକ୍ଷା ଏବେ ଯଥେଷ୍ଟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି, ତାହା ତୁଳନାରେ ମୋବାଇଲ ସେବା ଯୋଗାଉଥିବା ଏୟାରଟେଲ , ରିଲାନ୍ସ ଓ ଭାରତୀୟ ସଂଚାର ନିଗମ BSNL ଏଭଳି କିଛି କମ୍ପାନୀ ବର୍ତ୍ତମାନ ର ଯୁଗକୁ ଧରି ନିଜର ସେବା ଯୋଗାଈ ଆସୁଛନ୍ତି , କିନ୍ତୁ ବର୍ତ୍ତମାନ ଉକ୍ତ ସେବା ଦେଉଥିବା କମ୍ପାନୀ ମାନେ ନିଜର ମୁନଫା ପାଇବା ଆଶାରେ ଗାଁ ଗାଁ ରେ ଜାଲ ବିଛାଇଲାଭଳି ନିଜର ସେବା ପ୍ରଦାନ କରି ଖୁଣ୍ଟିମାନ ସ୍ଥାପନ କରିଛନ୍ତି l

କିନ୍ତୁ ବର୍ତମାନ ଯୁଗକୁ ଧରି ପିଲା ଠାରୁ ବଡ଼ ସମସ୍ତ ଆଜି ମୋବାଇକୁ ନିଜର ଜୀବନରେ ଅତି ଜରୁରୀ ଜିନିଷ ଭାବେ ଗ୍ରହଣ କରିଦେଇଛନ୍ତି l ଯାହାକୁ ନେଇ ବର୍ତ୍ତମାନ ର ଉପଭୋକ୍ତା ଙ୍କ ବ୍ୟବହାର କୁ ଦୃଷ୍ଟିରେ ରଖି ମୋବାଇଲ କମ୍ପାନୀ ମାନେ ମଧ୍ୟ ଉପଭୋକ୍ତାଙ୍କୁ ସୁବିଧା ଯୋଗେଇବା ପରିବର୍ତ୍ତେ ନିଜର ବେନିଫିଟକୁ ଆଖି ଆଗରେ ରଖି ଲୋକଙ୍କୁ ଲୁଟିଚାଲିଛନ୍ତି l 5 G ନାଁ ନେଇ ପ୍ରଚାର କରୁଥିବା ବେଳେ 2 G ନେଟୱର୍କ ମଧ୍ୟ. ପାଉନାହିଁ l ଭଏସ କଲ ରେ କଥା ହେବା ବେଳେ ଭଏସ ବାରମ୍ବାର କଟୁଛି l କେତେବେଳେ କଲ ମଧ୍ୟ ଲାଗୁନି ଇଣ୍ଟରନେଟ କଥା କହିଲେ ନ ସରେ ନେଟୱlର୍କ 5 G ବୋଲି କହୁଥିବା ବେଳେ 2 G ନେଟୱାର୍କ ମିଳିବା ବଡ଼ କଷ୍ଟ ହୋଇଗଲାଣି l ବାର ବାର ଅଭିଯୋଗ କଲେ ମଧ୍ୟ ସୁଧୁରି ବାର ନା ଧରୁନି ଏୟାରଟେଲ କମ୍ପାନୀ l ଏହି ଭଳି ପରିସ୍ଥିତି କୁ ଦେଖି ଉପଭୋକ୍ତା ମଧ୍ୟ ନିରାଶ ମନେକରୁଛନ୍ତି l ତଳଦିନରେ ଉକ୍ତ ମୋବାଇ ଟାୱାର ସ୍ଥାପନା କରି କମ୍ପାନୀ ମାନଙ୍କୁ ଲୋକେ ସମ୍ବାଦ ପତ୍ର ଜରିଆରେ ନିଜର ଅଞ୍ଚଳ ରେ ନେଟୱର୍କ ର ସୁବିଧା କୁ ଦୁଗୁଣିତ କରିବାକୁ ସ୍ଥାନୀୟ ଉପଭୋକ୍ତା ବାରମ୍ବାର ଦାବି ଜଣାଇଲେ ମଧ୍ୟ ଉକ୍ତ ଉପଭୋକ୍ତା ଙ୍କ ଦାବି ପ୍ରତି ସେମାନେ କର୍ଣ୍ଣ ପାତ ନ କରିବାରୁ ଏବେ ଜନଅନ୍ତୋଷ ପୁଣି ଦେଖା ଦେଇଛି l ଦିନକୁ ଦିନ ଟ୍ୟାରିଫ ପ୍ଲାନ ବଢ଼େଇ ବଢେଇ ଲୋକଙ୍କୁ ଲୁଟିବାରେ କମ୍ପାନୀ ମାନେ ଏତେ ବ୍ୟସ୍ତ ଯେ ନେଟୱର୍କରେ ହେଉଥିବା ସମସ୍ୟା ପ୍ରତି ଧ୍ୟାନ ଦେବାକୁ ମଧ୍ୟ୍ୟ ସମୟ ମିଳିପାରୁନାହିଁ l ଆଜିକା ସମୟରେ ସୋରଡ଼ା, ବଡ଼ଗଡ଼ ଅଞ୍ଚଳରେ ନେଟୱର୍କରେ ଏତେ ଅସୁବିଧା ହେଉଛି ଯେ ଯାହାକୁ ଦେଖିଲେ ମନେ ହୋଉଛି ଏବେ ନିଜ ସମ୍ପର୍କୀୟଙ୍କୁ ମୋବାଇଲରେ ନୁଁହ ପୋଷ୍ଟ ଅଫିସକୁ ଯାଇ ଚିଠି ପଠେଇବାକୁ ପଡ଼ିବ l
