ରୋଟାରୀ କ୍ଳବ୍ ର ନୂଆ ଆମ୍ବୁଲାନ୍ସ ସେବା ଉଦଘାଟିତ

ନୟାଗଡ଼-: ଆଜି ନୟାଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ସମାଜ ସେବାରେ ସମର୍ପିତ ହେଲା ଆଉ ଏକ ନୂତନ ରୋଟାରୀ ଆମ୍ବୁଲାନ୍ସ। ସମାଜସେବାରେ ଅହରହ ଜଡିତ ଥିବା ବିଶ୍ବର ଏକ ସର୍ବବୃହତ ସେବା ଅନୁଷ୍ଠାନ ହେଉଛି ରୋଟାରୀ କ୍ଳବ୍। ସମାଜର ଅଭାବୀ ଲୋକମାନଙ୍କୁ କମ୍ ଖର୍ଚ୍ଚରେ ସେବା ଯୋଗାଇଦେବା ପାଇଁ ନୟାଗଡ଼ ରୋଟାରୀ କ୍ଳବ୍ ର ଆର୍ଥିକ ସହଯୋଗରେ କ୍ରୟ ହୋଇଥିବା ଆମ୍ବୁଲାନ୍ସଟିକୁ ଆଜି ନୟାଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀ ଡ଼ାକ୍ତର ସୁଶାନ୍ତ କୁମାର ଦାସ ଓ ଜିଲ୍ଲା ଉପ ମୁଖ୍ୟ ଚିକିତ୍ସାଧିକାରୀ ଡ଼ାକ୍ତର ଅଜୟ କୁମାର ବାହିନୀପତି ସବୁଜ ପତାକା ଦେଖାଇ ଆମ୍ବୁଲାନ୍ସ ସେବାର ଉଦଘାଟନ କରିଛନ୍ତି। ରୋଟାରୀ କ୍ଳବ୍ ର ଏଇ ସମାଜସେବା ପ୍ରବୃତ୍ତିକୁ ଅତିଥି ମାନେ ବହୁ ପ୍ରଶଂସା କରିଥିଲେ। ଆଜିର ଏହି ଉଦଘାଟନ କାର୍ଯ୍ୟକ୍ରମ ରେ କ୍ଳବ୍ ର ସଭାପତି ରୋଟାରିଆନ୍ ଶ୍ରୀକାନ୍ତ କୁମାର ଖଟେଇ, ସଂପାଦକ ଅବିନାଶ ସାହୁ ଓ ସଦସ୍ଯ ପ୍ରସନ୍ନ କୁମାର ବସନ୍ତିଆ, ମିହିର ରଞ୍ଜନ ନାୟକ,ଧୀରେନ୍ଦ୍ର କୁମାର ପଟ୍ଟନାୟକ,ଜି. ରଶ୍ମିରାଜ୍, ଦିଲ୍ଲିପ ମିଶ୍ର, ବାସୁଦେବ ସାହୁ , ଦେବାଶିଷ ପଟ୍ଟନାୟକ, ସନ୍ତୋଷ କୁମାର ନାୟକଙ୍କ ସମେତ ବରିଷ୍ଠ ସାମ୍ବାଦିକ ତଥା ସାମ୍ବାଦିକ ଭବନ ସଭାପତି ବୈଦ୍ୟଭୂଷଣ ମହାପାତ୍ର, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *