ଜୟ ଜଗନ୍ନାଥ ଓ୍ବାର୍କିଙ୍ଗକ୍ଳବ ତରଫରୁ ଶୀତକମ୍ବଳ ବଣ୍ଟନ
ଜୟ ଜଗନ୍ନାଥ ଓ୍ବାର୍କିଙ୍ଗକ୍ଳବ ତରଫରୁ ଶୀତକମ୍ବଳ ବଣ୍ଟନ।
ବ୍ରହ୍ମପୁର ୩୦/୧୧ ; ମାନବ ସେବାହିଁ ପରମ ଧର୍ମ । ଏପରି ମାନବସମାଜକୁ ସେବା କରିବା ଏବଂ ସେବାରେ ନିଜକୁ ସାମିଲ କରିବା ବ୍ରହ୍ମପୁର ସହରର ଥିବା ଜୟ ଜଗନ୍ନାଥ ମର୍ଣିଂ ୱାକର କ୍ଲବ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନର ବିଭିନ୍ନ ପ୍ରକାର ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି । ଅସହାୟ ଲୋକଙ୍କୁ ଆଜି ଜୟ ଜଗନ୍ନାଥ ମର୍ଣିଂ ୱାକର କ୍ଲବ ତରଫରୁ ଶୀତ କମ୍ବଳ ବଣ୍ଟନ କରାଯାଇଛି । ରବିବାର ଦିନ ସକାଳେ ମହୁଡ଼ା ରୋଡ ଘଟକେଶ୍ୱର ନିକଟ ବଳିଆପୁଟ ଆଦିବାସୀ ଗ୍ରାମରେ କମ୍ବଳ ଓ କେକ ବଣ୍ଟନ କରାଯାଇଛି । ସଂଘ ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ କାର୍ଯ୍ୟକାରୀ ସଭାପତି କାମନା ପାଢ଼ୀଙ୍କ ତତ୍ତ୍ୱାବଧାନରେ ସଂପାଦକ ନାଗେଶ୍ବର ପୃଷ୍ଟି, କୋଷାଧ୍ୟକ୍ଷ ଡ଼ାକ୍ତର ସମିର କୁମାର ନାୟକ, ଉପଦେଷ୍ଟା ଲଡୁ କିଶୋର ପାତ୍ର, ସଂଯୋଜକ ସୁଶାନ୍ତ କୁମାର ପାଢ଼ୀ ଏହି ସେବାହିଁ ପରମଧର୍ମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା
