ଚିକିତ୍ସା ଅବହେଳାରୁ ନବଜାତ ଶିଶୁ ମୃତ୍ୟୁ

ଚିକିତ୍ସା ଅବହେଳାରୁ ନବଜାତ ଶିଶୁ ମୃତ୍ୟୁ । ହସ୍ପିଟାଲ୍ ବିରୋଧରେ କାକଟପୁର ଥାନାରେ ଅଭିଯୋଗ ।କାକଟପୁର ୨୬/୦୩ : ପୁରୀ ଜିଲ୍ଲା କାକଟପୁର ୟୁକୋ ବ୍ୟାଙ୍କ କେନାଲ ରୋଡ଼ ସ୍ଥିତ “ଶ୍ରୀ ସାଇ ହସ୍ପିଟାଲ” ନାମରେ ଆସିଛି ସଙ୍ଗୀନ ଅଭିଯୋଗ । ଏହି ଶ୍ରୀ ସାଇ ହସ୍ପିଟାଲରେ ଗର୍ଭବତୀ ମହିଳାଙ୍କ ଅସ୍ତ୍ରୋପଚାର ହୋଇ ଶିଶୁ ଜନ୍ମ ହେବା ପରେ ମୃତ୍ୟୁ ହେବାର ଘଟଣାକୁ ନେଇ ପରିବାର ତରଫରୁ ଥାନାରେ ଅଭିଯୋଗ ହୋଇଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ବେଗୁନିଆବସ୍ତ ଗ୍ରାମର ରଞ୍ଜନ ସ୍ୱାଇଁଙ୍କ ପତ୍ନୀଙ୍କର ପ୍ରସୂତି ଥିବା ବେଳେ ହସ୍ପିଟାଲରେ କାର୍ଯ୍ୟରତ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡକ୍ଟର ଅପରେସନ କରାଇଥିଲେ । କିନ୍ତୁ ନବଜାତ ଶିଶୁ କନ୍ୟା ହୋଇଥିବା ବେଳେ ଚିକିତ୍ସାରେ ଅସୁବିଧା ହେତୁ ନବଜାତ ଶିଶୁ କନ୍ୟାର ମୃତ୍ୟୁ ହୋଇଛି ବୋଲି କାକଟପୁର ଥାନାରେ ଅଭିଯୋଗ ହୋଇଛି। ସମସ୍ତ ପ୍ରକାର ବ୍ୟବସ୍ଥା ସହିତ ସ୍ବାସ୍ଥ୍ୟ କାର୍ଡ ମାଧ୍ୟମରେ ଗରିବ ଲୋକଙ୍କ ଚିକିତ୍ସା କରାଯାଉଛି ବୋଲି ହସ୍ପିଟାଲ୍ ଦ୍ଵାରା ପ୍ରଚାର କରାଯାଉଛି । କିନ୍ତୁ ଏହି ଘଟଣାରେ ହସ୍ପିଟାଲରେ ବିଭିନ୍ନ ଆଳ ଦେଖାଇ ଟଙ୍କା ସରିଯାଇଛି କହି ଚିକିତ୍ସା ନକରି ଘରକୁ ପଠାଇ ଦେଇଥିଲେ ।

ଛୁଆ ଟି ହସ୍ପିଟାଲ୍ ରେ ଅସ୍ତ୍ରୋପଚାର ରେ ଜନ୍ମ ହେବା ସମୟରୁ ତିନି ଦିନ ଯାଏ କାନ୍ଦି ଥିଲା । ସ୍ଥାୟୀ ଡାକ୍ତର ନଥିବା କାରଣରୁ ଛୁଆ ଟିକୁ ଆଉ ନଦେଖି, ଭୋକ ପାଇଁ କାନ୍ଦୁଚି ବୋଲି ଡାକ୍ତରଖାନା କର୍ମଚାରୀ କହିଥିଲେ । ଅସ୍ତ୍ରୋପଚାର ପୂର୍ବରୁ କାଉନସେଲିଂ ସମୟରେ ହସ୍ପିଟାଲ୍ ରେ ସମସ୍ତ ପ୍ରକାର ସୁବିଧା ଓ ସୁବ୍ୟବସ୍ଥା ସହିତ ୨୪ ଘଣ୍ଟା ଡାକ୍ତର ଉପସ୍ଥିତ ରୁହନ୍ତି ବୋଲି ଗର୍ଭବତୀ ମହିଳା ଓ ତାଙ୍କ ପରିବାରକୁ କହିଥିଲେ। କିନ୍ତୁ ଏହା ମିଛ ଥିଲା । ଅଲଟ୍ରାସାଉଣ୍ଡ ଓ ଆଇସିୟୁ ବ୍ୟବସ୍ଥା ନଥାଇ ମଧ୍ୟ ବିଗତ ୫ବର୍ଷ ହେବ ଏପରି ଅସ୍ତ୍ରୋପଚାର କରାଯାଉଛି ଏହି ଶ୍ରୀ ସାଇ ହସ୍ପିଟାଲ୍ ରେ । ମହିଳାଙ୍କ ଉକ୍ତ ରକ୍ତଚାପ ସହିତ ମଧୁମେହ ସମସ୍ୟା ପରି ଅନ୍ୟାନ୍ୟ ଶାରିରୀକ ସମସ୍ୟା ମଧ୍ୟ ରହିଥିଲା । ଡାକ୍ତରଖାନା ରେ ଅସ୍ତ୍ରୋପ୍ରଚାର ପ୍ରସବ କରାଇବା ପାଇଁ ଉପଯୁକ୍ତ ଆବଶ୍ୟକ ବ୍ୟବସ୍ଥା ସହିତ ସ୍ଥାୟୀ ଡାକ୍ତର ନଥାଇ ମଧ୍ୟ, ଏପରି ରୋଗୀଙ୍କୁ କିପରି ମରଣ ଜନ୍ତା ଭିତରକୁ ନେଇ ଅସ୍ତ୍ରୋପଚାର କରୁଛନ୍ତି ଏହା ବଡ ପ୍ରଶ୍ନ ସୃଷ୍ଟି କରୁଛି । ଅନ୍ୟ ପଟେ ଅସ୍ତ୍ରୋପଚାର ରେ ଜନ୍ମ ହୋଇଥିବା ନବଜାତ ଶିଶୁ ଟି ଘରେ ପହଞ୍ଚିବାର କିଛି ଘଣ୍ଟା ପରେ ଅଧିକ ଅସୁସ୍ଥ ହୋଇଯିବା କାରଣରୁ , ପୁନଃର୍ବାର ଶ୍ରୀ ସାଇ ହସ୍ପିଟାଲ୍ କୁ ପରିବାର ଲୋକ ଆଣିଥିଲେ । କିନ୍ତୁ ଆଣିବା ସମୟରେ ବାଟରେ ନବ ଜାତ ଶିଶୁ ଟିର ମୃତ୍ୟୁ ହୋଇଥିଲା । ହସ୍ପିଟାଲ ଭିତରେ ମୃତ ଶିଶୁର ଶରୀର କୁ ରଖି ପ୍ରତିବାଦ ଜଣାଇ, କାକଟପୁର ଥାନାର ଦ୍ବାରସ୍ଥ ହୋଇଥିଲେ ମଧ୍ୟ, ଥାନା ବାବୁଙ୍କ ଠାରୁ ଉଚିତ୍ ନ୍ୟାୟ ନପାଇବା ହେତୁ, ଘଟଣା ଟିକୁ ଚପାଇ ଦେବା ପାଇଁ ମଧ୍ୟ ପ୍ରଶାସନ ପାଖରେ ଅର୍ଥ କାରବାର ହୋଇଛି ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ମୃତ ଶିଶୁ କନ୍ୟା ପରିବାର । ହସ୍ପିଟାଲ୍ ବିରୋଧରେ କୌଣସି ପ୍ରକାରର କେଶ୍ କରିବ ନାହିଁ ବୋଲି ଥାନାରେ ମଧ୍ୟ ମୃତ ଶିଶୁ ପରିବାର ଙ୍କ ଠାରୁ ଥାନା ଅଧିକାରୀ ଏକ ଲିଖିତ ଭାବରେ ନେଇଥିଲେ। ଥାନାରେ ଉଚିତ୍ ନ୍ୟାୟ ମିଳିବ ନାହିଁ ବୋଲି ଅନୁଭବ କରି ଶିଶୁ ଟିର ମୃତ ଶରୀର କୁ ଆଣି ଘରକୁ ଫେରିଆସିଥିଲେ । କିଛି ହସ୍ପିଟାଲ୍ କର୍ମଚାରୀ, ମୃତ ନବଜାତ ଶିଶୁର ପରିବାର କୁ କହିଛନ୍ତି , ଏପରି ମୃତ ଘଟଣା ୭ ରୁ ୮ ଥର ହେଲାଣି, କିନ୍ତୁ ହସ୍ପିଟାଲ୍ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ଆଜି ପର୍ଯ୍ୟନ୍ତ ହୋଇନାହିଁ । ସେମିତି ତମ ଘଟଣା ବି ସମାନ ଚାପିହୋଇ ଯିବ । ହସ୍ପିଟାଲ୍ ମାଲିକ ହାତରେ ବଡ ବଡ ନେତା ମନ୍ତ୍ରୀ ସହିତ ପୋଲିସର ସହଯୋଗ ରହିଛି । ଏ ସବୁ ଜାଣିବା ପରେ ମୃତ ନବଜାତ ଶିଶୁ ପରିବାର ଲୋକ ନ୍ୟାୟ କିପରି ପାଇବେ ବୋଲି ଦୁଃଖ ପ୍ରକାଶ କରିଛନ୍ତି । ଅନ୍ୟପଟ ରେ ଶ୍ରୀ ସାଇ ହସ୍ପିଟାଲ୍ ମୁଖ୍ୟ ପରିଚାଳକ ମନିସ କୁମାର ଓ ଶେଖ୍ ନଇମ୍ ଏହି ଅଭିଯୋଗ କୁ ଖଣ୍ଡନ କରିବା ସହିତ, ହସ୍ପିଟାଲ୍ ଚିକିତ୍ସା ରେ କୌଣସି ଭୁଲ୍ ହୋଇନାହିଁ ବୋଲି ଗଣମାଧ୍ୟମ ରେ ପ୍ରତିକ୍ରିୟା ରଖିଛନ୍ତି । ବାସ୍ତବିକ୍ ରେ ଏହିପରି ଘଟଣାକୁ ଦେଖି ଅଞ୍ଚଳବାସୀ ଭୟଭୀତ ହେବା ସହିତ ବିଶ୍ଵାସ ହରାଉଛନ୍ତି । ସେବା ଯୋଗାଇଦେବା ବଦଳ ରେ ଆର୍ଥିକ ଶୋଷଣ କରୁଛି କି ହସ୍ପିଟାଲ୍ ? ଏହା ସହିତ ଏହିପରି ଘଟଣା ପୂର୍ବରୁ ମଧ୍ୟ ଘଟିଥିବା ହେତୁ, ଏହାର ସଠିକ୍ ତଦନ୍ତ କରାଯାଉ ବୋଲି ଜନସାଧାରଣ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *