ଅଳକା ମହାବିଦ୍ୟାଳୟ ରେ ନୂତନ ଅଧ୍ୟକ୍ଷ ଙ୍କ ଯୋଗଦାନ।
ବିରିଡି 8/01:ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ଅଳକା ମହାବିଦ୍ୟାଳୟ ରେ ନୂତନ ଅଧ୍ୟକ୍ଷ ଭାବରେ ଶ୍ରୀ ଚିତ୍ତରଞ୍ଜନ ପାତ୍ର ଗତ ବୁଧବାର କାର୍ଯ୍ୟ ରେ ଯୋଗଦେଇଛନ୍ତି । ପ୍ରକାଶ ଥାଉକି ଚଳିତ ମାସ 5 ତାରିଖରେ ଉଚ୍ଚଶିକ୍ଷା ବିଭାଗ ପତ୍ର ସଂଖ୍ୟା 617 ଅନୁସାରେ ଶ୍ରୀ ପାତ୍ର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ। ଏହି ଅବସରରେ ନୂତନ ଅଧ୍ୟକ୍ଷ ଶ୍ରୀ ପାତ୍ର ମହାବିଦ୍ୟାଳୟ ର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତ ଅଧ୍ଯାପକ ଓ କର୍ମଚାରୀ ଙ୍କ ସହଯୋଗ କାମନା କରିଥିଲେ।
